।। ମାଁ ଗଜ ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ୫ହଜାରରୁ ଉର୍ଦ୍ଧ ମହିଳାଙ୍କ ସମାଗମ ।।

Oct 16, 2024 - 20:53
 0  13
।। ମାଁ ଗଜ ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା  ୫ହଜାରରୁ ଉର୍ଦ୍ଧ ମହିଳାଙ୍କ  ସମାଗମ ।।

ମୁନିଗୁଡା,୧୬।୧୦ ଦୀର୍ଘ ୧୮ ବର୍ଷ ଧରି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଠାରେ ପାଳନ ହେଉଥିବା ପବିତ୍ର ଗଜ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ଆଜି ପବିତ୍ର ଚତୁର୍ଦ୍ଦଶୀରେ ପୁରୋହିତ ବିପିନ ବିହାରୀ କର, ବିଜୟ ମିଶ୍ର, ଅକ୍ଷୟ କୁମାର ରଥ, ଯୋଗେଶ୍ୱର ଷଡ଼ଙ୍ଗୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ପୂଜାରେ ବୈଦିକ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଵାଘ ଡ଼ଙ୍ଗରି ନାଳରୁ ଗଙ୍ଗା ଆବାହନ କରାଯିବା ସହ ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର କଳସଧାରୀ ମହିଳା ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ମହିଳା କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ବାଜା ସହ ବେଣ୍ଡ ବାଜା ଶୋଭା ଯାତ୍ରାରେ ମହିଳା ମାନେ ପବିତ୍ର ଜଳକୁ କଳସୀରେ ଧାରଣ କରି ମାଁଙ୍କ ନିକଟରେ ସମର୍ପଣ କରିଥିଲେ।ଫଳରେ ଅମ୍ବାଦଳା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିଲା। ମାଙ୍କ ଏହି ଆବହାନି ଯାତ୍ରାରେ ରାଜ୍ୟ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଗଣ୍ଡ ଓ ସ୍ଥାନୀୟ ବିଧାୟକ ନୀଳ ମାଧବ ହିକକା ଯୋଗ ଦେଇ ମାଙ୍କ କୃପା ଲାଭ କରିଥିଲେ।ସମେତ ଶ୍ରଦ୍ଧାଳୁ ମାନଙ୍କ ଚଳିତ ବର୍ଷ ଗଜ ଲକ୍ଷ୍ମୀ ପୂଜାକୁ ମହାଆଡମ୍ବରରେ ପାଳନ କରିବା ପାଇଁ ପୂଜା କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ଶ୍ରଦ୍ଧାଳୁ ମାନଙ୍କ ମନୋରଞ୍ଜନ ପାଇଁ ଵୁଗୀ ୱଗୀ ନୃତ୍ୟ, ମିନା ବଜାର, ଅପେରା ମେଲୋଡି ଆଦି ମୁଖ୍ୟ ଆକର୍ଷଣ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଗଜ ଲକ୍ଷ୍ମୀ ପୂଜା କମିଟିର ସଭାପତି ଉମେଶ ସାମନ୍ତଙ୍କ ତତ୍ତ୍ଵାବଧାନରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ପୂଜାର କର୍ତ୍ତା ଭାବେ ଶିବାଶିଷ ପାଣିଗ୍ରାହୀ ସମସ୍ତ କାର୍ଯ୍ୟ ତୁଲାଇଥିଲେ। ଉଭୟ ସିନିୟର୍ ଓ ଜୁନିୟରଙ୍କ ମଧ୍ୟରେ ବୁଗୀ ଵୁଗି ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ସିନିୟର୍ ଦଳର ପ୍ରଥମ ବିଜେତାଙ୍କୁ ୨୧ ହଜାର ଏକ ଟଙ୍କା ଦ୍ୱିତୀୟ ବିଜେତାଙ୍କୁ ୧୬ ହଜାର ଏକ ସେହିପରି ତୃତୀୟ ବିଜେତାଙ୍କୁ ୧୧ ହଜାର ଏକ ଟଙ୍କା ପୁରସ୍କାର ପ୍ରଦାନ କରାଯିବା ଘୋଷଣା କରାଯାଇଥିବା ବେଳେ ଜୁନିୟର ଡ୍ୟାନ୍ସ ଦଳର ପ୍ରଥମ ବିଜେତାଙ୍କୁ ୧୬ ହଜାର ଏକ ଦ୍ୱିତୀୟ ବିଜେତାଙ୍କୁ ୧୧ ହଜାର ଏକ ସେହିପରି ତୃତୀୟ ବିଜେତାଙ୍କୁ ୮ହଜାର ଏକ ଟଙ୍କା ପୁରସ୍କାର ପ୍ରଦାନ କରାଯିବା ପାଇଁ ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ