।। ମହୁଲପାଟଣା ଜଙ୍ଗୁଳିଵାବୁ ଆତ୍ମସାତ କଲେ ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ।।

Mar 10, 2024 - 17:13
 0  7

କିଛି ମାସ ତଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବଡ଼ଚ୍ଛତରଙ୍ଗ ପଞ୍ଚାୟତ ର ଚମ୍ପାଛୁଆଁ ଗ୍ରାମରେ ଚାରା ଉପାଡି ଫପାଡ଼ି ଥିବା ଏବଂ ପଲିଥିନ ଫାଡି ମାଟି ଫପାଡ଼ି ଥିବା ନେଇ ଗଣମାଧ୍ୟମ ରେ ପ୍ରଚାର ହେବା ପରେ ମହୁଲ ପାଟଣା ସେକ୍ସନ ର ଜଙ୍ଗୁଳି ଵାବୁ ଅଶୋକ କୁମାର ସାହୁ ତିନି ମାସ ଚାକିରୀ ରୁ ନିଲମ୍ବିତ ହୋଇ ଥିଲେ l ଏହାକୁ ନେଇ ଦକ୍ଷିଣ ବନ ବିଭାଗରେ ଥିବା ଅଫିସର ଵାବୁ ତଦନ୍ତ ପରେ ପୁଣି ଚାକିରୀ ରେ ଜଏନ କରିବା ଭିତରେ ବଡ ଶୁକଲି ନିରୀହ ଗରିବ ଖଟିଖିଆ ଲୋକ ପଥରପାଚେରୀ , ନର୍ସରୀ ରେ ବିଭିନ୍ନ ପ୍ରକାର କାମ କରିଥିବା ଦିନ ମଜୁରିଆ ଶ୍ରମିକ ଟଙ୍କା ପାଇ ନଥିବା ନେଇ ବାରବାର ଅଫିସ ଯାଇ ଅଭିଯୋଗ କରୁଥିଲା ପରେ ବି କର୍ଣ୍ଣପାତ କରୁନ ଥିବା ଯୋଗୁଁ ଶେଷରେ ଗଣମାଧ୍ୟମ କୁ ଆଶ୍ରୟ ନେଇଥିଲେ l ଆଜି କରିଦେବି କାଲି କରିଦେବି ବୋଳି ତିନି ବର୍ଷ ହେବା ଯାଉଛି ବଡ ଶୁକଲି ଗ୍ରାମ ର ଶ୍ରମିକ ମାନଙ୍କୁ ହଇରାଣ ହରକତ କରିବା ନେଇ ଏକ ବଡ଼ ପ୍ରଶ୍ନ? I କାହିଁକି ପେମେଣ୍ଟ କରୁ ନାହାନ୍ତି କି ଲୋକଙ୍କୁ ସାକ୍ଷାତ ମଧ୍ୟ କରୁନାହାନ୍ତି l ଏଥିରେ ସ୍ପଷ୍ଟ ଜଣାପଡୁଛି କି ଅଶୋକ ସାହୁ ଜଙ୍ଗୁଳି ଵାବୁ ଟଙ୍କା ସବୁ ଆତ୍ମ ସାତ କରିଥିବେ ବୋଲି ସନ୍ଦେହ କରୁଛନ୍ତି ଶ୍ରମିକମାନେ l ଏପରି କାର୍ଯ୍ୟ କରିଥିବା ସାହୁ ଵାବୁ ଙ୍କ କଥା ହାଟରେ ପଡି ଦାଣ୍ଡରେ ଗଡୁଛି ହେଲେ ବି ଗଭୀର ନିଦ୍ରା ରେ ଶୋଇ ପଡିଛନ୍ତି l ଏହାକୁ ନେଇ ଗଣମାଧ୍ୟମ ରେ ପ୍ରସାରଣ କଲାପରେ ବି କିଛି ସମାଧାନ କରି ନ ଥିବାରୁ କରାପୁଟ ପ୍ରଥମ ଖବର ଗଣମାଧ୍ୟମ ମହୁଲ ପାଟଣା ଅଫିସ କୁ ଯାଇ ସାକ୍ଷାତ କରିବା କିଛି ଦିନ ଅପେକ୍ଷା କର ସମସ୍ତଙ୍କ ପେମେଣ୍ଟ କରଦେବୀ ମୁଁ ଆମ ଟିମ ସହ ପାର୍ଟି କରୁଛୁ ବୋଳି ପ୍ରକାଶ କରିଥିଲେ l ତାହାପରେ କିଛିଦିନ ଗଲା ପରେ ପୁଣି ଫୋନ ମାଧ୍ୟମରେ ଯୋଗାଯୋଗ କରିପଚାରି ବାରୁ ଜୟପାଟଣା ଯିବା ପାଇ କହିବା ରୁ ଯାଇ ଦେଖିବା ବେଳେ ଅଫିସରେ ଜଙ୍ଗୁଳି ଵାବୁ ଆଉ ନ ଥିଲେ କେଉଁ ଜାଗା କୁ ଭୟରେ ଫେରାର ହୋଇ ଥିଲେ l ଏପରି ଶ୍ରମିକ ଙ୍କୁ କରିବା ଯୋଗୁଁ ଏହାକୁ ନେଇ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣ ରେ ଦାବୀ ହେଉଛି l ଏହା ପ୍ରାୟ 3ବର୍ଷ ହେବ ମଜୁରୀ ଟଙ୍କା ପାଇ ନାହିଁ l ବଡ଼ ଶୁକଲି ଗ୍ରାମ ର ପଚାଶ ରୁ ଉର୍ଦ୍ଧ ଲୋକଙ୍କ ଦିନ ମଜୁରୀ ଟଙ୍କା ପାଖାପାଖି ଏକ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଆତ୍ମ ସାତ କରିଛି ଜଙ୍ଗୁଳି ଅଶକ ସାହୁ l ଏହା କୁ ନେଇ ବିଭାଗର ଉଚ୍ଚପଦାଧିକାରୀ ସଠିକ ତଦନ୍ତ କରି ନିରୀହ ଗରିବ ଲୋକଙ୍କ ପରିଶ୍ରମିକ ଅର୍ଥ ପ୍ରଦାନ କରିବାକୁ ନେଇ ସାଧାରଣ ରେ ଦାବି l କାର୍ଯ୍ୟ ଅବହେଳା ବାରମ୍ବାର ହେଉଥିବା ନେଇ ବିଭିନ୍ନ ବୁଦ୍ଧି ଯିବି ମହଲ ରେ ଚର୍ଚ୍ଚାର ବିଷୟ ପାଲଟିଛି lଏମିତି ବାରମ୍ବାର ଜଙ୍ଗୁଳି କରୁଥିବା ବ୍ୟକ୍ତି ଙ୍କୁ କେଉଁ ପଦକ୍ଷେପ ନିଆଯିବ ତାହା ସମୟ କହିବ ତାହା ଦେଖିବାକୁ ବାକି ରହିଲା l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ