ମହାସିଙ୍ଗି ଇଏମଆରଏସରେ ନୂପୁର ଓ କୁଡ଼ୁତୁଲି ଓଏଭିରେ ଶୁଭମ୍ ଟପର

Apr 17, 2026 - 06:04
 0  2
ମହାସିଙ୍ଗି ଇଏମଆରଏସରେ ନୂପୁର ଓ କୁଡ଼ୁତୁଲି ଓଏଭିରେ ଶୁଭମ୍ ଟପର

କ.ନୂଆଗାଁ ତାରିଖ -୧୬/୦୪/୨୦୨୬ ( ରଙ୍ଗନାଥ ବଡ଼ସେଟ୍) ସିବିଏସ୍‌ଇ ୧୦ମ ପରୀକ୍ଷା ସଫଳତା। କ.ନୂଆଗାଁ (୧୬/୪/୨୦୨୬) ରିପୋର୍ଟର - ରଙ୍ଗନାଥ ବଡ଼ସେଟ୍ - କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅଧୀନରେ ଥିବା ମହାସିଙ୍ଗି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଓ କୁଡ଼ୁତୁଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସିବିଏସଇ ୧୦ ମ ଶ୍ରେଣୀ ପରୀକ୍ଷାରେ ଶତପ୍ରତିଶତ ସଫଳତା ସୂଚନା ମିଳିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ୬୨ ପାସ୍ କରି ଥିବା ବେଳେ ଶୁଭମ୍ ବେହର୍ଦ୍ଦଳାଇ (୫୫୨) ମାର୍କ ୯୨ ପ୍ରତିଶତ ରଖି ବିଦ୍ୟାଳୟ ଟପର ହୋଇଛି। ସେହି ବିଦ୍ୟାଳୟର ସ୍ଵୟଂ ଶ୍ରୀ ପଣ୍ଡା (୫୪୪) ମାର୍କ ୯୦.୬୭ ପ୍ରତିଶତ ରଖି ଦ୍ୱିତୀୟ,ବିଦ୍ଯାଞ୍ଜଳି ସାହୁ (୫୫୨) ୮୭.୫ ପ୍ରତିଶତ ରଖି ତୃତୀୟ ସ୍ଥାନ ଏବଂ ୫୨ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ମହାସିଙ୍ଗିରେ ୫୬ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୂପୁର ମଲ୍ଲିକ (୪୫୧) ମାର୍କ ୯୦.୨ ପ୍ରତିଶତ ରଖି ବିଦ୍ୟାଳୟ ଟପର, ମନିଷା କହଁର (୪୪୬) ୮୯.୨ ପ୍ରତିଶତ ରଖି ଦ୍ୱିତୀୟ,ଛାତ୍ର ଅର୍ଜୁନ ପ୍ରଧାନ (୪୩୯) ୮୭.୮ ପ୍ରତିଶତ ରଖି ତୃତୀୟ ସ୍ଥାନ ରଖିଛନ୍ତି। ଉକ୍ତ ବିଦ୍ୟାଳୟର ୪୭ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନରେ ଥିବା ବେଳେ ୯ ଜଣ ଦ୍ଵିତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଦୁଇ ବିଦ୍ୟାଳୟ ଟପର ଛାତ୍ରଛାତ୍ରୀ ମାନେ ନିରନ୍ତର ପ୍ରୟାସ ଓ ଶିକ୍ଷକ ମାନଙ୍କର ପରିଶ୍ରମ ହିଁ ଏହି ଉତ୍କୃଷ୍ଟ ଫଳାଫଳ ସମ୍ଭବ ହୋଇଥିବା ପ୍ରକାଶ କରିଥିଲେ। ଏହି ଦୁଇ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ବି ସାଇରାମ ପାତ୍ର ଓ ଫାଲଗୁନି ମାଝୀ ବିଦ୍ୟାଳୟର ଶତପ୍ରତିଶତ ଫଳ ହୋଇ ଥିବା ଯୋଗୁଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଗୌରବାନ୍ବିତ କରି ଥିବା ଯୋଗୁଁ ଅଭିନନ୍ଦନ ସହିତ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ପରୀକ୍ଷାର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ