ଭିନକ୍ଷମ ଯୁବତୀ ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କ ଦ୍ବାରସ୍ଥ
ନୂଆପଡ଼ା ଜିଲା କୋମନା ବ୍ଲକ୍ ମାନିଗୁଡ଼ା ପଞ୍ଚାୟତ ନାଏକପଡ଼ା ଗାଁର ଜଣେ ଭିନକ୍ଷମ ଯୁବତୀ ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗାଁର ମକରନ ହଂସଙ୍କ କନିଷ୍ଠ ଝିଅ ଜିନକ୍ଷମ ରୀନା ହଂସ (୨୯) । ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ । ସରକାରୀ ସୁବିଧା କହିଲେ କେବଳ ଭିନକ୍ଷମ ମାସିକ ଭତ୍ତା ୧୨ ଶହ ଟଙ୍କା ବ୍ୟତୀତ ଅନ୍ୟ କୌଣସି ସୁବିଧା ପାଉନାହାନ୍ତି। ସେ କୌଣସି କାର୍ଯ୍ୟ କରୁ ନ ଥିବାରୁ ଭାଇମାନେ ତାଙ୍କୁ ଖାଇବା ପାଇଁ ଦେଇନାହାନ୍ତି। ବାପାଙ୍କ ପାଖରେ ରହି ମାସକୁ ୧୨ ଶହ ଟଙ୍କାରେ ଚଳିବା କଷ୍ଟକର ହୋଇ ପଡ଼ୁଛି। ଭିନ୍ନକ୍ଷମ ଓ କମ୍ ଉଚ୍ଚତା ଥିବାରୁ କୌଣସି ଓଜନିଆ କାମ କରିବା ସମ୍ଭବ ନୁହେଁ । ସେ ଅନେକଥର ୩ ଚକିଆ ସାଇକେଲ ପାଇଁ ଆବେଦନ କରିଥିଲେ ମଧ୍ୟ ପାଇନାହାନ୍ତି। କୌଣସି ଦୂରଦୂରାନ୍ତକୁ ଯିବାକୁ ହେଲେ ଅନ୍ୟର ସାହାରା ନେଉଛନ୍ତି। ଭିନକ୍ଷମ ହୋଇଥିବାରୁ ୩ ଚକିଆ ସାଇକେଲ, ଆବାସ ଗୃହ, ରାଶନ କାର୍ଡ ସହ ଅନ୍ୟାନ୍ୟ ସୁବିଧା ପାଇବା କଥା ହେଲେ ରୀନାଙ୍କ ପାଇଁ ଏକ ସାତ ସପନ ପାଲଟିଛି । ରୀନା ୨୦୨୪ରେ ଯୁକ୍ତ ୨ ପାସ୍ କରି ଘରେ ବସି ରହିଛନ୍ତି ୨୦୨୫ ଏପ୍ରିଲ ୧ରେ ସେ ଜିଲାପାଳଙ୍କୁ ସାକ୍ଷାତକରି ବିଭିନ୍ନ ସମସ୍ୟା ଜଣାଇଥିଲେ। ଜିଲାପାଳଙ୍କ ପତ୍ର ସଂଖ୍ୟା ୬୪୬୪ରେ ତାଙ୍କୁ କୌଣସି ବିଭାଗରେ ଅଇଥନ କରିବା ପାଇଁ କୋମନା ବିଡ଼ିଓ, ଜିଲା ଯୋଗାଣ ଅଧିକାରୀ ଓ ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ବର୍ଷେ ବିତି ଯାଇଥିଲେ ମଧ୍ୟ ସୁଫଳ ମିଳି ନ ଥିବାରୁ ପୁଣି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟରେ ଥଇଥାନ କଲେ ଭଲରେ ଚଳିପାରିବେ ବୋଲି ଆଶା ରଖି ଆସିଥିଲେ ବୋଲି ରୀନା କହିଥିଲେ। ଏହିସମୟରେ ତାଙ୍କ ବାପାଙ୍କ ସହ ସକ୍ଷମ ଭିନ୍ନକ୍ଷମ ସଂଘଠନ ଜିଲା ସଭାପତି ଭକ୍ତବନ୍ଧୁ ଧରୁଆ, ବ୍ଲକ୍ ସଭାପତି ପଦ୍ମନ ମାଝୀ, ଶୁକଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0