।। ଭିତର ସୁଇଙ୍ଗ ଗ୍ରାମ କୁ ସରକାର କେବେ ଦୃଷ୍ଟି ଦେବେ ।।

କେନ୍ଦ୍ର ଓ ଓଡିଶା ସରକାର ଡିଡିମ୍ବ ପିଟି ଅନେକ ସରକାରୀ ଯୋଜନା କରି ଚାଲିଛନ୍ତି l ସରକାରୀ ଯୋଜନା ସାତଶପନ ପାଲଟିଛି କାହିଁକି ନା ବନ ପାହାଡ଼ ଘେରା ଆଦିବାସୀ ପଛୁଆ ଅଞ୍ଚଳ କୁ କିଏ ବା ପଚାରେ l ସେହିପରି ଆମେ ଖବର ସଂଗ୍ରହ କରିବାକୁ ଯାଇ ଥିବା ଏତେ କଷ୍ଟରେ ଗାଁ କୁ ଯାଇଥିଲୁ ନ ଦେଖିଲେ ଦର୍ଶକ ବନ୍ଧୁ ବିଶ୍ୱାସ କରିବେନି l ଗମନା ଗମନ ପାଇଁ ରାସ୍ତା ନାହିଁ, ପାନୀୟ ଜଳ, ବିଦ୍ୟୁତି ର ଆଲୋକ ଏଭଳି ଅନେକ ସମସ୍ୟା ଘେର ରେ ଜୀବନ ବିତାଉ ଥିବା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ଭିତର ସୁଇଙ୍ଗ ଗ୍ରାମ ରେ ଥିବା ଜନତା l ଉକ୍ତ ଗାଁ ରେ କୁ ଯିବା କୁ ହେଲେ ନାଗା ବୋଲି ନଦୀ ପାରି ହୋଇ ଯିବାକୁ ପଡିବ l ଏହି ନଦୀ ରେ ପୋଲ ପାଇଁ ଗ୍ରାମ ବାସି ଅଭିଯୋଗ l କେବଲ ନିର୍ବାଚନ ସମୟ କିଛି ନେତା ଯାଇ ମିଥ୍ୟା ପ୍ରତିଶୃତି ଦେଇ ଭକୁଆ ବନେଇ ଭୋଟ ହାତେଇବା ପ୍ରକାଶ କରିଥିଲେ l କିଛି ଲୋକଙ୍କୁ ରୋଗ ହେଲେ କି ଗର୍ଭବତୀ ମହିଳା କୁ ଆମ୍ବୁଲାନ୍ସ ପାଇବା ବଦଳରେ ଖଟିଆ ରେ ବୋହି ଦୁଇ ରୁ ତିନି କିଲୋମିଟର ବୋହିଲା ପରେ ଆମ୍ବୁଲାନ୍ସ ସୁବିଧା ମିଳିପାରୁଛି l ଗାଁ କୁ କେବେ ଆମ୍ବୁଲାନ୍ସ ଯାଇ ନି କି ରାଜନେତା ଓ ପ୍ରଶାସନକୁ ଗାଁଲୋକେ ଦେଖିବା ସାତ ସପନ l ଆଉ ଅଧିକ କିଛି ନ କହିବା ଆଉ କଣ ସୁବିଧାକେବେ ମିଳିବ ଆପଣ ମାନେ ଟିକେ ଚିନ୍ତା କରି ପରିପାରୁଥିବେ l କଣ ସରକାର କୁ ଗାଁ ଲୋକ ଭୋଟ ଦେଉନାହାନ୍ତି ନା ଗାଁ ର ତାଲିକା ଓଡିଶା ରେ ନାହିଁ କି କଳାହାଣ୍ଡି ଜିଲ୍ଲା ରେ ନାମ ନାହିଁ l ତୁରନ୍ତ ଟିକେ ସରକାର ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ଏବଂ କେବେ ଗାଁ କୁ ସୁବିଧା ମିଳିବ ତାହା ସମୟ କହିବl
କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






