ବୈଜଳଗଡ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵର୍ଗତ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ସା ଙ୍କୁ ଶ୍ରଦ୍ଧାଞ୍ଜଳୀ
ସିନାପିଲି(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛିଳପା ଗ୍ରାମ ର ଶ୍ରୀଯୁକ୍ତ ସୁଧାଂଶୁ ଶେଖର ସା ଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଶ୍ରୀଯୁକ୍ତ ସା ଚଳିତ ମାସ ୧୪ ତାରିଖ ଦିନ ଧର୍ମଗଡ ମେଡିକାଲ ରେ ଚିକିତ୍ସିତ ସମୟରେ ତାଙ୍କର ମୃତ୍ୟୁ ଘଟିଛି।ସେ ସିନାପାଲି ଗୋଷ୍ଠିଶିକ୍ଷା ଅଧିନସ୍ଥ ବୈଜଲଗଡ଼ ଉଚ୍ଚ ବିଦ୍ୟାଳୟରେ ଗଣିତ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।ସେ ଜଣେ ସମାଜସେବୀ, କଳାକାର , ମେଲାପି,ଉତ୍ତମ ପରୋପକାରୀ ମିଷ୍ଟଭାଷୀ ଶାନ୍ତ ସରଳ ବ୍ୟକ୍ତି ଥିଲେ। ଶ୍ରଦ୍ଧାଞ୍ଜଳୀ ସଭାରେ ବୈଜଳଗଡ ଉଚ୍ଚ ବିଦ୍ୟାଳୟରେ ପାଠ ପଡିଥିବା ସମସ୍ତ ଛାତ୍ରଛାତ୍ରୀ ଓ ଭଦ୍ରବ୍ୟକ୍ତି ବୁଦ୍ଧିଯିବି ମାନେ ଯୋଗ ଦେଇ ଶ୍ରୀ ସା ଙ୍କ ଅମର ଆତ୍ମା ର ସତଗତି ନିମନ୍ତେ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳୀ ଦେଇ ଭାବବିହ୍ୱଳ ହୋଇପଡ଼ିଥିଲେ। ଏବଂ ତାଙ୍କ ସୋକସନ୍ତପ ପରିବାରବର୍ଗଙ୍କୁ ଏହି ଅସହ୍ୟ ଦୁଃଖ ସହିବାକୁ ଅପାର ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ ବୋଳି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0