ବେ ସାହାରା ଦୁଇ ଅନାଥ ଶିଶୁଙ୍କୁ ଥଇଥାନ ପାଈଁ ଦାବି

Apr 8, 2026 - 08:47
 0  19
ବେ ସାହାରା ଦୁଇ ଅନାଥ ଶିଶୁଙ୍କୁ ଥଇଥାନ ପାଈଁ ଦାବି

କନ୍ଧମାଳ ୮/୪/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) ବେ ସାହାରା ଶିଶୁଙ୍କ ଦୁଃଖ କିଏବା ବୁଝିବ କେତେବେଳେ ଖାଦ୍ୟ ମୁଠାଏ ମିଳୁଛି ତ କେତେବେଳେ ମିଳୁନି ଅନାହାରରେ ଜୀବନ କାଟୁଛନ୍ତି ଦୁଇ ଅନାଥ ଶିଶୁ I କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଲବ୍ରୁଡ଼ି ପଞ୍ଚାୟତ ଅଧୀନ ଡମପଡା ଗ୍ରାମର ଦୁଇ ଶିଶୁ ପୁତ୍ର ଅନାଥ ହୋଇ ବେ ସାହାରା ଜୀବନ ବିତାଉ ଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଡମପଡା ଗ୍ରାମର କୃଷ୍ଣ ଚନ୍ଦ୍ର ଦିଗାଲ ଙ୍କ ବଡ଼ ପୁଅ ବିଶ୍ବ ଜିତ୍ ୫ବର୍ଷର ହୋଇ ଥିବା ବେଳେ ସ୍ତ୍ରୀ ଶାନ୍ତି ଲତା ୨ୟ ପୁଅ ଜନ୍ମ କରି ରକ୍ତ ଅଭାବରୁ ଅକାଳ ମୃତ୍ୟୁ ବରଣ କରିଥିଲେ। ଜନ୍ମିତ ଶିଶୁ ପୁତ୍ର ପ୍ରସନ୍ନ ଯିତ୍ ବର୍ତ୍ତମାନ ୩ବର୍ଷ, ରାଇକିଆ ଅନାଥ ଆଶ୍ରମ ରେ ରହିଛନ୍ତି। ବଡ଼ ପୁଅ ବିଶ୍ୱଜିତ୍ ବର୍ତ୍ତମାନ ୯ବର୍ଷ ତାଙ୍କ ବାପା ଙ୍କ ପାଖରେ ରହୁ ଥିଲା। କିନ୍ତୁ ଗତ ମାର୍ଚ୍ଚ ୮ତାରିଖ ୨୦୨୬ରିଖ ରେ କୃଷ୍ଣ ଚନ୍ଦ୍ର ଦିଗାଲ ଙ୍କ ର ବିଦ୍ୟୁତ୍ ଆଘାତ ରେ ଅକାଳ ବିୟୋଗ ଘଟିଲା। ଏହା ଫଳରେ ଦୁଇ ଶିଶୁ ପୁତ୍ର ଅନାଥ ହୋଇ ରହି ଛନ୍ତି। ତାଙ୍କର ନିକଟ ସମ୍ପର୍କୀୟ କେହି ନ ଥିବାରୁ ସାନ ପୁଅ ରାଇକିଆ ଅନାଥ ଆଶ୍ରମ ରେ ରହୁ ଥିବା ବେଳେ ବଡ଼ ପୁଅ ବିଶ୍ୱଜିତ୍ ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ନେଡି ପଦର ଗ୍ରାମର ନିଜ ଅଜା ଶୁକଦେବ ଦିଗାଲ ଙ୍କ ଘରେ ରହି ଛନ୍ତି। ଏହି ଦୁଇ ଅନାଥ ଶିଶୁ ଙ୍କ ପାଇଁ ଜିଲ୍ଲା ପ୍ରଶାସନ ସେମାନଙ୍କୁ ପାଠ ପଢାଇବା ସହ ସେମାନଙ୍କର ଥଇଥାନ ପାଇଁ ବ୍ୟବସ୍ଥା କରାଇ ଦେଲେ ସେ ମାନଙ୍କ ଭବିଷ୍ୟତ ଉଜ୍ଜଳ ହୋଇ ପାରିବ ବୋଲି ସାଧାରଣ ରେ ଦାବି ହେଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ