ବେଧଡ଼କ ଚାଲିଛି ଜଙ୍ଗଲ କଟା:କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ

Mar 13, 2025 - 12:12
 0  13
ବେଧଡ଼କ ଚାଲିଛି  ଜଙ୍ଗଲ କଟା:କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ

ଲାଞ୍ଜିଗଡ ୧୩/୩(ଫାଷ୍ଟ ନ୍ୟୁଜ ଓଡିଶା ):ସରକାର ନୂତନ ଜଙ୍ଗଲ ସୃଷ୍ଟି କରିବା ସହିତ ଜଙ୍ଗଲର ସୁରକ୍ଷା ପାଇଁ ପାଣି ଭଲି କୋଟିକୋଟି ଟଙ୍କା ଖର୍ଚ୍ଚକରୁଛନ୍ତି ସତ ହେଲେ ନୂତନ ଜଙ୍ଗଲ ସୃଷ୍ଟି କରବା ତୋ ଦୂରର କଥା ଓଲଟା ଦୃତଗତିରେ ହେକ୍ଟର ହେକ୍ଟର ଜଙ୍ଗଲ କାଟି ଲୋକେ ପୋଡୁ ଚାଷ କରୁଛନ୍ତି କିନ୍ତୁ ବନବିଭାଗ ଜାଣି ଶୁଣି ଚୁପଚାପ ନିରବଦ୍ରଷ୍ଟା ସାଜି ଥିବା ଅଭିଯୋଗ ହେଉଛି l କୋଟିକୋଟି ଟଙ୍କାର ମୂଲ୍ୟବାନ ଗଛକୁ ସୁରକ୍ଷା ଦେବ ବଦଳରେ କିଛି ଅସାଧୁ ବନବିଭାଗ କର୍ମଚାରୀ ମାନେ ଭିତିରିଆ ବୁଝାମଣା କରି କେଇଁଟା ଅର୍ଥ ପାଇଁ ଜଙ୍ଗଲ କାଟିବା ଅନୁମତି ଦେଇଥାଇ ପାରନ୍ତି ଯାହାଫଳରେ ଲୋକେ ନିର୍ଭୟରେ ହେକ୍ଟର ହେକ୍ଟର ଜଙ୍ଗଲ କାଟି ପୋଡୁ ଚାଷ କରୁଛନ୍ତି ବୋଲି ଅଞ୍ଚଳରେ ଅଭିଯୋଗ ହେଉଛି l ଏହି ପରି ଅଭିଯୋଗ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ବିଜେପୁର ସେକସନ ଘାଟିକୁଣ୍ଡରୁ ଜଙ୍ଗଲରେ l ଏହି ଜଙ୍ଗଲ ବିଜେପୁର ବନାଞ୍ଚଳ କାର୍ଯ୍ୟାଳୟରୁ ହାରାହାରି ୬କିଲୋମିଟର ହେଉଥିବା ବେଳେ ଘାଟିକୁଣ୍ଡରୁ ଠାରୁ ପାହାଡ ପଦର ସଂଯୋଜଗ କରୁ ଥିବା ମୁଖ୍ୟ ରାସ୍ତା କଡରେ ଦୂଇ ପାର୍ଶ୍ୱର ବେଆଇନ ଭାବେ ହେକ୍ଟର ହେକ୍ଟର ଜଙ୍ଗଲ କଟା ଚାଲିଛି କିନ୍ତୁ ଏହି ରାସ୍ତା ଦେଇ ବନବିଭାଗ କର୍ମଚାରୀ ମାନେ ପ୍ରତି ଦିନ ଯିବା ଆସିବା କରିଥାନ୍ତି ହେଲେ ବନବିଭାଗ କର୍ମଚାରୀ ମାନଙ୍କ ନଜର ପଡୁନି କି ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି l ତେବେ ଜଙ୍ଗଲ କାଟୁ ଥିବା ଲୋକଙ୍କ ସହିତ କୌଣସି ଭିତିରିଆ ସଲାସୁତୁରା ଥାଇପାରେ ଫଳରେ ବନବିଭାଗ ଚୁପ ରହୁଛି ବୋଲି ସଧାରଣରେ ସନ୍ଦେହ ସୃଷ୍ଟି କରୁଛି l ଏହି ଜଙ୍ଗଲରେ ଶାଳ, ହରିଡ଼ା, ବାହାଡା,ଅଁଳା,ବିଜା ଭଲି ଅନେକ ମୂଲ୍ୟବାନ ଗଛକୁ ସମ୍ପୂର୍ଣ୍ଣ ବେଆଇନ ଭାବେ କାଟି ଅବଶିଷ୍ଟାଂଶକୁ ପୋଡି ଦେଇ ଲୋକେ ପୋଡୁ ଚାଷ କରୁଛନ୍ତି l ଏନେଇଁ ବନବିଭାଗ ପାକରେ ଖବର ଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରାହଣ କରୁ ନ ଥିବା ଯୋଗୁଁ ଦିନକୁ ଦିନ ଜଙ୍ଗଲ ଧ୍ୱଂସ ହେଉଛି ଓ ଜଙ୍ଗଲୀ ବନ୍ୟଜନ୍ତୁ ଏବେ ଜନବସତି ମୁହାଁ ହେଉଛି l ଉଭୟ ଜଙ୍ଗଲୀ ଜନ୍ତୁ ଓ ମଣିଷଙ୍କ ମଧ୍ୟ୍ୟରେ ମୁହାଁମୁହିଁ ହେଉଥିବା ବେଳେ ଅନେକ ମନୁଷ୍ୟର ଜୀବନ ଯାଉଛି l ତେବେ ଜଙ୍ଗଲ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ଦ୍ୱାରା ଆସୁଥିବା ବିଭିନ୍ନ ଅନୁଦାନକୁ ହଡ଼ପ କରି ବନବିଭାଗର ଅଧିକାରୀମାନେ ମାଲାମାଲ ହେଉଛନ୍ତି l କିନ୍ତୁ ଦିନ ଦ୍ୱିପ୍ରହରରେ ଖୁଲମ ଖୁଲା ମୂଲ୍ୟବାନ ଗଛ କାଟି ଦିନକୁ ଦିନ ଜଙ୍ଗଲ ସ୍ଵଂସ କରି ଲୋକେ ପୋଡୁ ଚାଷ କରୁଛନ୍ତି କିନ୍ତୁ ବନବିଭାଗର ପଡୁନି ନଜର କି ନେଉନାହାନ୍ତି କୌଣସି କାର୍ଯ୍ୟାନୁଷ୍ଠାନ ବୋଲି ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି l ବନବିଭାଗ ଜାଣିଶୁଣି ଦେଖ, ଶୁଣ, ଚୁପରୁହ ନୀତି ଅବଲମ୍ବନ କରୁଥିବା ଯୋଗୁଁ ଦିନକୁ ଦିନ ଜଙ୍ଗଲ ସୃଷ୍ଟି ହେବା ବଦଳରେ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି ବୋଲି ବୁଦ୍ଧି ଜୀବି ମହଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l ତେବେ ଖବର ପ୍ରକାଶ ପରେ ବନବିଭାଗ ତତ୍ପରତା ଦେଖାଉଛି ନା ଜାଣି ଶୁଣି ଚୁପଚାପ ନୀତି ଅବଲମ୍ବନ କରୁଛି ତାହା ଦେଖିବାକୁ ବାକି ରହିଲା l

 ଲାଞ୍ଜିଗଡ଼ ରୁ ସାଗର ହାରିଜନ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ