ବୁର୍ଲା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ନୂଆପଡ଼ାର କୃତିତ୍ୱ
ନୂଆପଡ଼ା : କ୍ରୀଡା କ୍ଷେତ୍ରରେ ନୂଆପଡ଼ା ଜିଲ୍ଲାକୁ ଆଉ ଏକ ସଫଳତା ମିଳିଛି। ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ମହାନଦୀ କୋଲଫିଲ୍ଡସ୍ ଇନଡୋର ଷ୍ଟାଡିଅମରେ ଗତ ୧୭ ମଇରେ ଆୟୋଜିତ ରାଜ୍ୟସ୍ତରୀୟ ୪୫ ବର୍ଷରୁ ଉର୍ଦ୍ଧ୍ୱ ପୁରୁଷ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ନୂଆପଡ଼ାର ଖେଳାଳୀ ଦେବାଶିଷ ସିହ୍ନା ଓ ରାଜା ଛାବଡ଼ା ରନର୍ସଅପ୍ ହୋଇ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି। ଉଭୟ ଖେଳାଳୀଙ୍କ ଆକର୍ଷଣୀୟ ପ୍ରଦର୍ଶନ କ୍ରୀଡାପ୍ରେମୀଙ୍କ ମନ ଜିତିଥିଲା। ଏହି ସଫଳତା ଉପଲକ୍ଷେ ନୂଆପଡ଼ାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେ କହିଥିଲେ ଯେ, କ୍ରୀଡା ଓ ନିୟମିତ ବ୍ୟାୟାମ ଏକ ସୁସ୍ଥ ଜୀବନର ମୂଳ ଆଧାର। ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀ ମଧ୍ୟରେ ମଧ୍ୟ ନିଜ ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରି କ୍ରୀଡାଭ୍ୟାସକୁ ଆପଣେଇବା ଆବଶ୍ୟକ। ନିୟମିତ ଖେଳ ଓ କସରତ ଆମକୁ ସୁସ୍ଥ, ସକ୍ରିୟ ଓ କର୍ମଚଞ୍ଚଳ ରଖିଥାଏ ବୋଲି ସେ ମତ ପ୍ରକାଶ କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ କହିଥିଲେ ଯେ, କ୍ରୀଡାରେ ବୟସ କେବେବି ବାଧା ନୁହେଁ। ଯେକୌଣସି ବୟସରେ ମଧ୍ୟ ନିୟମିତ ଅଭ୍ୟାସ ଓ ଆତ୍ମବିଶ୍ୱାସ ଦ୍ୱାରା ସଫଳତା ହାସଲ କରାଯାଇପାରେ। ଦେବାଶିଷ ସିହ୍ନା ଓ ରାଜା ଛାବଡ଼ାଙ୍କ ସଫଳତା ଯୁବପିଢ଼ୀ ପାଇଁ ପ୍ରେରଣାଦାୟକ ଉଦାହରଣ ବୋଲି ସେ କହିଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ଶିବ ପ୍ରସାଦ ସ୍ୱାଇଁ, ଟିଆରସିଏସ୍ ନୂଆପଡ଼ା, ପାର୍ଥସାରଥୀ ଦୋରା, ଉପନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ, ବିଦେଶ ଘୋଷ, ଏପିଡି, ଡିଆରଡିଏ, ନୂଆପଡ଼ା, ଅନିଲ କୁମାର ଲେଙ୍କା ଓ ଦେବେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଉଭୟ ଖେଳାଳୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0