ବି. ଜେ. ଡି.ର ବ୍ଲକ ନୂତନ ଯୁବ ସଭାପତି ପ୍ରଦୀପ ନାଏକ

କଳାହାଣ୍ଡି ଜିଲ୍ଲା ମକୁନ୍ଦ ନାଏକ :-19/09/2025(F. N. O)ଥୁଆମୂଳ ରାମପୁର ବ୍ଲକର ବି. ଜେ. ଡି ଦଳ ର ସଂଘଠନକୁ ଅଧିକ ରୁ ଅଧିକ ମଜବୁତ କରିବା ପାଇଁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚେଷ୍ଟା ଚଳାଇଛନ୍ତି l ଏହି ଅବସରରେ ଥୁଆମୂଳ ରାମପୁର ବ୍ଲକରେ ଦଳ ବର୍ତ୍ତମାନ ଯୁବ ସଂଗଠନର ନେତୃତ୍ୱ ଚୟନ ହୋଇସାରିଛି l ବ୍ଲକ ରେ ଦଳର ଯୁବ ନେତା ପ୍ରଦୀପ ନାଏକଙ୍କୁ ନୂତନ ଯୁବ ସଭାପତି ଭାବେ ଚୟନ କରାଯାଇଛି l ଏହାକୁ ସ୍ୱୀକୃତି ପାଇଁ ଜିଲ୍ଲା ସଭାପତି ପାଖଙ୍କୁ ପଠାଯାଇଛି l ତା 19/09/2025 ରିଖ ଶୁକ୍ରବାର ଥୁଆମୂଳ ରାମପୁର ବ୍ଲକ ବି. ଜେ. ଡି. ସଭାପତି କପିଳାସ ନାଏକ ଙ୍କ ସଭାପତିତ୍ୱରେ ଥୁଆମୂଳ ରାମପୁର ଠାରେ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା l ଏଥିରେ ଦଳର ବରିଷ୍ଠ ନେତା ମାଣିକ୍ୟ ଚନ୍ଦ୍ର ନାଏକ,କାର୍ଯ୍ୟ କରି ସଭାପତି କୈଳାଶ ପରିଚ୍ଛା,ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ନାଏକ,ଏସ. ଟି. ସେଲ୍ଫ ସଭାପତି ରାମ ମାଝୀ,ଏସ. ସି. ସେଲ୍ଫ ରାମେଶ୍ୱର ନାଏକ,ଜୋନ- 1 ର ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ଜୋନ-2ର ସଭାପତି ଲାଲ ନାଏକ ସମେତ ବ୍ଲକର ପ୍ରତେକ ପଞ୍ଚାୟତ ର ସଭାପତିଟି ତଥା ମୁଖ୍ୟ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ l ଆସନ୍ତା ନିର୍ବାଚନରେ ପ୍ରତି ପଞ୍ଚାୟତ କେମିତି ନିଜ ଦଳର ପଞ୍ଚାୟତରାଜ କରି ବା ରଣ ନୀତି ଚେଷ୍ଟା ଚଳାଇଛି l
What's Your Reaction?






