।। ବିଷମଗିରୀ ସରକାରୀ ଆଶ୍ରମ ସ୍କୁଲରେ ସହ ଭାଗୀ ରୁପୀ ଅଭିଭାବକ କାର୍ଯ୍ଯକ୍ରମ ।।

Sep 26, 2023 - 21:16
 0  36
।।  ବିଷମଗିରୀ ସରକାରୀ ଆଶ୍ରମ ସ୍କୁଲରେ ସହ ଭାଗୀ ରୁପୀ ଅଭିଭାବକ କାର୍ଯ୍ଯକ୍ରମ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ବିଷମଗିରୀ ଗ୍ରାମସ୍ଥିତ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ଆଶ୍ରମ ବିଦ୍ୟାଳୟ ପରିସରରେ ସହଭାଗୀ ରୂପି ଅଭିଭାବକ ଶୀର୍ଷକ ପ୍ରଧାନ ଶିକ୍ଷକ ଶ୍ରୀ ରାଜକୁମାର ଶୈଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ଅଧିକାରୀ କଳାହାଣ୍ଡି, ସମ୍ମାନିତ ଅତିଥି ଭାବେ WEO ଶ୍ରୀ ଶୁଭଜିତ ରଞ୍ଜନ ଥୁଆମୂଳ ରାମପୁର, BSSO ଶ୍ରୀ ସୁନାରାମ ସୋରେନ୍ ବିଦ୍ୟାଳୟ ପରିଚାଳନା କମିଟିର ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିପୁଳ ସଂଖ୍ୟାରେ ଅଭିଭାବକ ଓ ଅଭିଭାବିକା ଯୋଗଦାନ କରିଥିଲେ। ରାଜ୍ଯ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଉପସ୍ଥିତ ସମସ୍ତ ଙ୍କୁ ସୂଚନା ପ୍ରଦାନ କରିଥିଲେ, ଏଥିରେ ବିଭିନ୍ନ ବିଭାଗର ଷ୍ଟଲ ମଧ୍ୟ ଖୋଲାଯାଇଥିଲା। ଉଭୟ ଅଭିଭାବିକ ଓ ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ ପୁରସ୍କାର ବିତରଣ ହୋଇଥିଲା। ଅଭିଭାବକ ଅଭିଭାବିକା ମାନେ ବିଦ୍ୟାଳୟ ସହିତ ସଂପୃକ୍ତ ରହି ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ପାଠ୍ଯକ୍ରମ, ସହାୟତା ରାଶି, ଛାତ୍ରଛାତ୍ରୀ ବୃର୍ତ୍ତି ବିଷୟରେ ଅବଗତ ହେବାପାଇଁ ପରାମର୍ଶ ପ୍ରଦାନ କରିଥିଲେ।ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ପ୍ରେମଲାଲ ନାଏକ, ଶିକ୍ଷକ ତ୍ରିଲୋଚନ ନାଏକ,ଶିକ୍ଷକ ପ୍ରଦୀପ ପାତ୍ର, ଶିକ୍ଷକ ସୁବାଷ ନାଏକ ସମେତ୍ ବିଦ୍ୟାଳୟର ଅନ୍ଯାନ୍ଯ କର୍ମଚାରୀ ସହଯୋଗ କରିଥିଲେ।

ଥୁଆମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କରାପୁଟ୍ଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ