।। ବିଶ୍ୱକର୍ମା ମନ୍ଦିର ୨୬ତ୍ତମ ବାର୍ଷିକ ଉତ୍ସବ ପାଳନ ।।

ରାଉରକେଲା ପାନପୋଷ ବିଶ୍ୱକର୍ମା ବିହାର ରେ ଥିବା ବାବା ବିଶ୍ୱକର୍ମା ମନ୍ଦିର ର ୨୬ତ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି. ଏହି ଉତ୍ସବରେ ମନ୍ଦିର ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ଜିତେନ୍ଦ୍ର ବିଶ୍ୱକର୍ମା, ଜେନେରାଲ ସେକ୍ରେଟେରୀ ~ଶ୍ରୀଯୁକ୍ତ ରବୀନ୍ଦ୍ର ଶର୍ମା, ଜୋଏଣ୍ଟ ସେକ୍ରେଟାରୀ ~ଅନୁପ ବିଶ୍ୱକର୍ମା, କ୍ୟାସିଅର ~ରାଜୁ ଶର୍ମା, ଭାଇସ ପ୍ରେସିଡେଣ୍ଟ ~ସୁଧୀର ଶର୍ମା, ମନ୍ଦିର ପରିଚାଳକ ~ଶକ୍ତି ଶର୍ମା ଓ ଫାଉଣ୍ଡର ମେମ୍ବର ~ପ୍ରଦୀପ ଶର୍ମା ଓ ସ୍ଥାନୀୟ ବାସୀ ଯୋଗଦେଇ ମନ୍ଦିରରେ ପୂଜାର୍ଚନା କରିଥିଲେ.ଏହି ମନ୍ଦିରରେ କିପରି ଭାବେ ଆଗାମୀ ଦିନରେ ଉନତି ର ରୂପ ନେବ ସେ ବିଷୟରେ ମନ୍ଦିର ଫାଉଣ୍ଡର ମେମ୍ବର ପ୍ରଦୀପ ଶର୍ମା ନିଜ ବକ୍ତବ୍ୟ ରେ କହିଥିଲେ. ଏହା ସହିତ ମନ୍ଦିର କୁ ଯେଉଁ ଭକ୍ତ ମନେ ନିଜ ସ୍ୱ ହସ୍ତରେ ମନ୍ଦିରକୁ ଦାନ ଦେଇଛନ୍ତି ସେମାନଙ୍କ ନାମ ଘୋଷଣା କରିଥିଲେ. ଶେଷରେ ପ୍ରସାଦ ଭଣ୍ଡାର ରେ ଭକ୍ତ ମନେ ଅତି ଆନନ୍ଦ ର ସହ ପ୍ରସାଦ ସେବନ କରିଥିଲେ ।।
ରାଉରକେଲା ରୁ ସଂଗୀତା ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






