ବିଲ ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଛି
ଦାରିଙ୍ଗବାଡି ୧୯/୦୨୫ ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଛି ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡି ଥାନା ଦନେକବାଡ଼ି ପଞ୍ଚାୟତ ଅନ୍ତର୍ଗତ ପାଡ଼ାନକେତା ଗ୍ରାମରେ ପାଡାନକେତା ଗ୍ରାମର ଅକସ୍ମାତ୍ ରୋଗରେ ପୀଡିତ ଡରାପା ପ୍ରଧାନ ଦୀର୍ଘ ବର୍ଷ ଅକସ୍ମାତ୍ ରୋଗରେ ପୀଡିତ ହେବା ପରେ ସେ ବାରମ୍ଵାର ଅସୁସ୍ଥ ହେଉଥିଲେ ସେ ଅନେକ ଥର ଏଣେ ତେଣେ ଯାଉଥିଲେ ତାଙ୍କର ଦୁଇ ପୁଅ ବୋହୁ ଯତ୍ନନେଇ ତାଙ୍କୁ ସେବା କରି ଆସୁଥିଲେ କିଛି ମୁହୂର୍ତ୍ତ ପାଇଁ ପୁଅ ମାନେ କାମକୁ ଯାଇଥିବା ବେଳେ ବାପା ଡରାପା ପ୍ରଧାନ ୧୭ତାରିଖ ମଧ୍ୟାହ୍ନ ସମୟରେ କୁଆଡ଼େ ଯାଇଥିଲେ ହେଲେ ପରିବାର ଲୋକେ ଏଣେ ତେଣେ ଖୋଜା ଖୋଜି ପରେ ୧୮ ତାରିଖ ସନ୍ଧ୍ୟା ସମୟରେ ପ୍ଲିହେରି ପଞ୍ଚାୟତ ଅନ୍ତର୍ଗତ ସୁନ୍ଦରଦଣ୍ଡ ଗ୍ରାମର ପିତାସି ଚେକ୍ ଡେମ୍ ପାଖରେ ପାଣି ବିଲରେ ପଡ଼ି ମୃତ୍ୟୁ ବରଣ କରିଥିବା ଦେଖିବାକୁ ପାଇଥିଲେ ପରେ ନିକଟସ୍ଥ ଥାନାରେ ଅବଗତି ପରେ ଥାନା ଅଧିକାରୀ DSP କନକ ମାଝୀ, ଦନେକବାଡ଼ି ପଞ୍ଚାୟତ ସରପଞ୍ଚ ନଞ୍ଜୟ ପ୍ରଧାନ, ପାଡାନକେତା ଗ୍ରାମର ଗାଁ ସଭାପତି ରଞ୍ଜିତ ପ୍ରଧାନ, ସମେତ ଶତାଧିକ ଲୋକଙ୍କ ଉପସ୍ଥିତିରେ ଥାନା ଅଧିକାରୀ DSP କନକ ମାଝୀଙ୍କ ନେତୃତ୍ୱରେ ଶବ ଉଦ୍ଧାର କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି ପାଡାନକେତା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ମୃତକ ଜଣକ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିବାରୁ ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକ ଦାବି କରିଛନ୍ତି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
1
Wow
1