ବିପଦ ସଙ୍କୁଳ ଅବସ୍ଥାରେ ଠିଆ ହୋଇଥିବା ରାସ୍ତା କଡ଼ରୁ ଶୁଖିଲା ଗଛ କାଟିବା ପାଇଁ ଦାବି

Sep 2, 2026 - 11:57
 0  10
ବିପଦ ସଙ୍କୁଳ ଅବସ୍ଥାରେ ଠିଆ ହୋଇଥିବା ରାସ୍ତା କଡ଼ରୁ ଶୁଖିଲା ଗଛ କାଟିବା ପାଇଁ ଦାବି

ଫିରିଙ୍ଗିଆ ୧/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) ରାସ୍ତା କଡ଼ରେ ବିପଦ ସଙ୍କୁଳ ଅବସ୍ଥାରେ ଠିଆ ହୋଇ ରହିଛି ବିରାଟକାୟ ଶୁଖିଲା ଗଛ। ଉକ୍ତ ରାସ୍ତା ଦେଇ ଯାତାୟତ କରିବାକୁ ଭୟକରନ୍ତି ଜନସାଧାରଣ । କେତେବେଳେ କାହା ଉପରେ ଶୁଖିଲା ଡାଳ ପଡ଼ି ଦୁର୍ଘଟଣା ହେବ ତାହା କିଛି କହି ହେବନାହିଁ ।ଏହି ଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗେରୁପଡା ଛକ ନିକଟରେ ଦେଖିବାକୁ ମିଳିଛି । ଗଛ ନିକଟରେ ବିଦ୍ୟାଳୟ ଥିବା ବେଳେ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଯିବା ପାଇଁ ମଧ୍ଯ ଭୟ କରନ୍ତି । ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଗାଡ଼ି ଯାତାୟାତ କରୁଛନ୍ତି । ଏହି ଶୁଖିଲା ଗଛଟି ରାସ୍ତା କଡ଼ କୁ ଲାଗି ରହିଛି । ଗଛଟି ସମ୍ପୁର୍ଣ୍ଣ ରାସ୍ତା ଆଡ଼କୁ ଢଳି ହୋଈ ରହିଛି । ଶୁଖିଲା ଗଛ କୁ ରାସ୍ତା କଡ଼ରୁ ହଟାଇବାକୁ ଗ୍ରାମ ବାସୀ ପ୍ରଶାସନ କୁ ଅନୁରୋଧ କରିଛନ୍ତି । ଆଜି ପର୍ଯ୍ୟନ୍ତ ଗଛ କୁ କଟା ଯାଉନଥିବା ଗେରୁପଡା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ଯଦି କିଛି ଦୁର୍ଘଟଣା ଘଟେ ତାହାହେଲେ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ଅଞ୍ଚଳ ବାସୀ କହିଛନ୍ତି। ଏଣୁ ଦୁର୍ଘଟଣା ଘଟିବା ପୂର୍ବରୁ ଉକ୍ତ ଶୁଖିଲା ଗଛ କୁ କାଟିବା ପାଇଁ ଦାବି ହୋଇଛି । ଏଣୁ ଫିରିଙ୍ଗିଆ ବନବିଭାଗ ପକ୍ଷରୁ ଏହି ରାସ୍ତା ଦେଇ ଯାତାୟତ କରୁଥିବା ସମସ୍ତଙ୍କ ଜୀବନ ମୂଲ୍ୟବାନ ଜୀବନ ବୋଲି ମନେକରି ତୁରନ୍ତ ହଟାଇବାକୁ ଦାବି କରିଛନ୍ତି ଅଞ୍ଚଳ ବାସି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ