ବିଦ୍ୟାଳୟ କ୍ୟାବିନେଟ୍ ଗଠନ ଓ ବନ ମହୋତ୍ସବ ପାଳନ

ନୂଆପଡ଼ା : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଲିଆବନ୍ଧା ଠାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନିର୍ବାଚନ ମାଧ୍ୟମ ରେ ଗଠିତ ବିଦ୍ୟାଳୟ କ୍ୟାବିନେଟ୍ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବ ରେ ଅତିଥି ଭାବରେ ମାସନକୁଣ୍ଡା ସାଧନ କେନ୍ଦ୍ର ସଂଯୋଜକ ଦେଓଲାଲ ବାଗ, କୁଲିଆବନ୍ଧା ପଞ୍ଚାୟତ ର ସରପଞ୍ଚ ସନ୍ତ୍ ରାମ ପାଣ୍ଡେ, ଗ୍ରାମର ବରିଷ୍ଟ ବ୍ୟକ୍ତି ହିରାଲାଲ ପଟେଲ ,ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଖେଦୁରାମ କେଉଟ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରାଇଥିଲେ । ବିଦ୍ୟାଳୟ କ୍ୟାବିନେଟ୍ ରେ ମୁଖ୍ୟମନ୍ତ୍ରୀ ପ୍ରେମ ଶଙ୍କର ହଂସ, ଉପମୁଖ୍ୟମନ୍ତ୍ରୀ(ବାଳକ) ଘନଶ୍ୟାମ ପଟେଲ, ଉପମୁଖ୍ୟମନ୍ତ୍ରୀ( ବାଳିକା) ରଶ୍ମି ପଟେଲ୍, ସ୍ବାସ୍ଥ୍ୟ ମନ୍ତ୍ରୀ ଭୀଷ୍ମ ମାଝୀ, ଶିକ୍ଷ୍ୟା ମନ୍ତ୍ରୀ ନିହାରିକା ବେମାଲ, ଖାଦ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ହରିଜନ, କଳା ଓ ସଂସ୍କୃତି ମନ୍ତ୍ରୀ କୋମଲ ଦାସ, କ୍ରୀଡା ମନ୍ତ୍ରୀ ଥବିରଞ୍ଜନ ଗୌଡ, ପରିବେଶ ମନ୍ତ୍ରୀ ନମ୍ରତା ଗୌଡ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ( ବାଳକ ) ଶୁଭମ୍ ବେମାଲ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ (ବାଳିକା) ମୁସ୍କାନ୍ ଦାସ, ମୀନା ମନ୍ତ୍ରୀ ଚନ୍ଦ୍ରିକା ଗୌଡ ଭାବରେ ନିର୍ବାଚିତ ହୋଇଥିଲେ ।ବିଦ୍ୟାଳୟ ର ବରିଷ୍ଠ ପ୍ରକୃତି ବନ୍ଧୁ ପୁରସ୍କାପ୍ରାପ୍ତ ଶିକ୍ଷକ କିଶୋର କୁମାର ପରିଡ଼ା ମନ୍ତ୍ରୀ ମାନଙ୍କୁ ଶୃଙ୍ଖଳା ,ଦାୟିତ୍ବବୋଧ, ସମୟାନୁବାର୍ତ୍ତିତା, ସ୍ୱଚ୍ଛ ପରିବେଶ ଓ ସୁରକ୍ଷା ଜ୍ଞାନ ଜାଗରଣ କରିବା ପାଇଁ ଅବଗତ କରାଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ବନ ମହୋତ୍ସବ ମଧ୍ୟ ପାଳନ କରାଯାଇଥିଲା ।ଆମନ୍ତ୍ରିତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉତ୍ସାହ ର ସହିତ ବିଦ୍ୟାଳୟ ପ୍ରାଗଣ ରେ ବୃକ୍ଷ ରୋପଣ କରିଥିଲେ । ସ୍କୁଲ କ୍ୟାବିନେଟ୍ ଶପଥ ଗ୍ରହଣ ଉତ୍ସବ ରେ ବିଦ୍ୟାଳୟର ଶିକ୍ଷକ ନାନ୍ତା ମାଝୀ, ରବି ଶଙ୍କର ଭୋଇ, ଶିକ୍ଷୟତ୍ରୀ ଲୀଳା ବାଇ ଶବର ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ ମଣ୍ଡଳ ଙ୍କୁ ସେମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ବୁଝାଇଥିଲେ । ପରିଶେଷ ରେ ବିଦ୍ୟାଳୟ ର ଶିକ୍ଷକ ରବି ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






