ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଡ ଏନ୍ ତିରୁମାଲା ନାୟକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

Nov 21, 2025 - 11:31
 0  82
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଡ ଏନ୍ ତିରୁମାଲା ନାୟକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୦.୧୧.୨୦୨୫ ରିଖ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀ ଡ ଏନ୍ ତିରୁମାଲା ନାୟକ ଦୁଇ ଦିନିଆ ଗସ୍ତରେ ନବରଙ୍ଗପୁର ଜିଲ୍ଲା ପରିଦର୍ଶନ କରିଛନ୍ତି ! ସଚିବ ଙ୍କ ସହ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଶ୍ଵଜିତ ବର୍ମନ୍,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଡି ଇ ଓ ଛତ୍ରପତି ସାହୁ, ବି ଡି ଓ ନବରଙ୍ଗପୁର ସୁନିଲ ଖୂରା, ବି ଡି ଓ, ନନ୍ଦାହାଣ୍ଡି କ୍ଷୀରୋଦ ଚନ୍ଦ୍ର ସାହୁ, ଡି ଡି ପ୍ଲାନିଂ ଏଶ୍ଚର୍ୟ ଭଞ୍ଜ,ନିର୍ବାହୀ ଅଧିକାରୀ ପୌରପାଳିକା ଅଶୋକ କର୍ଣ୍ଣ,ସି ଡି ଏମ ଓ ଡ଼ ସନ୍ତୋଷ କୁମାର ପଣ୍ଡା ଏବଂ ଅନ୍ୟ ଅଧିକାରୀ ସାମିଲ ଥିଲେ ! ସଚିବ ପ୍ରଥମେ ନବରଙ୍ଗପୁର ପୌରପାଳିକା ଜଳ ବିଶୋଧନ ପ୍ଲାଣ୍ଟ ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ବୁଝିଥିଲେ ଏବଂ ସାନକୁମୁଲି ସ୍ଥିତ ମଳ ଉପଚାର ପ୍ଲାଣ୍ଟ ମଧ୍ୟ ଗସ୍ତ କରି ନିର୍ବାହୀ ଅଧିକାରୀ ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ! ଏହାପରେ ସାନକୁସୁମୀ ପ୍ରାଥମିକ ବିଦ୍ୟାଳୟ ଏବଂ ପୌରପାଳିକା ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟ ଗସ୍ତ କରି ଛାତ୍ର ଛାତ୍ରୀ ଙ୍କୁ ପାଠ ଉପରେ ବିଭିନ୍ନ ପ୍ରଶ୍ନ କରିଥିଲେ ! ମାଗଣା ପୁସ୍ତକ,ମାଗଣା ସାଇକଲ,ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଉପରେ ପଚାରିଥିଲେ ! ଛାତ୍ର ଛାତ୍ରୀଙ୍କ ୧୦ ମ ପରୀକ୍ଷା ଉତ୍ତୀର୍ଣ୍ଣ ପରେ ଭବିଷ୍ୟତ ରେ ତାଙ୍କର ଜୀବିକା,ବୃତ୍ତି,କ୍ଷେତ୍ର ଚୟନ ଉପରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ! ଭଲ ପାଠ ସହ ଭଲ ମଣିଷ ହେବାକୁ ଏବଂ ବାଲ୍ୟ ବିବାହ କୁ ବିରୋଧ କରିବା ପାଇଁ ପରାମର୍ଶ ଦେଇଥିଲେ ! ପିଲାଙ୍କ ସାଙ୍ଗରେ ମଧ୍ୟାହ୍ନ ଭୋଜନ ଖାଇଥିଲେ ! ଏହାପରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଗସ୍ତ କରି ରୋଗୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଓ ସରକାରୀ ବ୍ୟବସ୍ଥା ଦେଖିଥିଲେ ! ରୋଗୀ ମାନଙ୍କ ସହ ବାର୍ତ୍ତାଳାପ କରି ଔଷଧ,ଖାଦ୍ୟ,ଚିକିତ୍ସା ଉପରେ ବିଶେଷ ଗୁରୁତ୍ବ ଦେଇ ଡାକ୍ତର,ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ଠିକ୍ ରୂପେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ