।। ବିଜେପୁରରେ ସିଆରପିଏଫ ପକ୍ଷରୁ ଜନସମ୍ପର୍କ ଶିବିର ।।

Dec 28, 2023 - 17:15
 0  12
।। ବିଜେପୁରରେ ସିଆରପିଏଫ ପକ୍ଷରୁ ଜନସମ୍ପର୍କ ଶିବିର ।।

ଲାଞ୍ଜିଗଡ ( କୋ ପ୍ର ଖ)ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ୍ୟ ସିଆରପିଏଫ ୪ବାହିନୀ କେନ୍ଦ୍ରୟ ରିଜର୍ଭ ପୋଲିସ ଦ୍ଵାରା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ବିଜେପୁରରେ ଥିବା ସିଆରପିଏଫ ୪ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି l ସିଆରପିଏଫ କମାଣ୍ଡେଣ୍ଟ ମନୋଜ କୁମାର ଯାଦବ ଙ୍କ ନିର୍ଦେଶ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ୫ଟି ପଞ୍ଚାୟତର ୩୦ଟି କ୍ରିକେଟ ଦଳକୁ କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଥିଲା ଓ ଅନେଲ ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦିଅ ଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ -୨ ଜିଲ୍ଲାପରିଷଦ ପରୀକ୍ଷିତ ନାଏକ ଯୋଗଦେଇଥିବା ବେଳେ ସନ୍ନମାନିତ ଅତିଥି ଭାବେ ଯୋଗଦେଇ ଥିଲେ ବିଜେପୁର ସରପଞ୍ଚ ଜନନୀ ମାଝୀ ଯୋଗଦେଇ ଥିଲେ l ବିଜେପୁର ଥାନା ଅଧିକାରୀ ରୋଘୁନାଥ ମାଝୀ, ସିଆରପିଏଫ ଡାକ୍ତର ସେଲ କ୍ରିଷ୍ଣା, ରାଜେଶ କୁମାର ବିଶ୍ୱକର୍ମା, ରମେଶ ଚନ୍ଦ୍ର କଲୋସିକା, ବିମ୍ବାଧର କାଡ୍ରାକା, ଶିବରାମ ନାଏକ, ବିକାଶ ପ୍ରହରାଜ, ଅମିତ କୁମାର ପ୍ରଶାନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଯବାନ ସହଯୋଗ କରିଥିଲେ ।

ଲାଞ୍ଜିଗଡ଼ ରୁ ସାଗର ବେନାଲ୍ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର |

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ