।। ବିଜେଡି ଚିହ୍ନ ପତକା ଧରି ନାବାଳକ ହାତରେ ପ୍ରଚାର ପ୍ରସାର ।।

Feb 15, 2024 - 12:12
 0  8
।। ବିଜେଡି ଚିହ୍ନ ପତକା ଧରି ନାବାଳକ ହାତରେ ପ୍ରଚାର ପ୍ରସାର ।।

ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ନାବାଳକ 10ମ ଶ୍ରେଣୀ ଛାତ୍ର୍ ମାନଙ୍କ ହାତରେ ବିଜେଡ଼ି ଚିହ୍ନ ପତାକା ଦେଇ ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳୁଛି। ଏହିପରି ଅଭାବନୀୟ କାର୍ଯକ୍ରମ ଆୟୋଜିତ କରାଯାଇଛି ରାୟଗଡା ବ୍ଲକ ହାଟଶେଷଖାଲ ଗ୍ରାମପଞ୍ଚାୟତ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ,କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢା ଚାଲୁଥିବା ସମୟରେ ହଜାର ହଜାର ଲୋକ ଗହଳି କରିବା ସହ ଡ଼ାକବାଜି ଯନ୍ତ୍ର ଲଗାଇ ହୋ ହାଲ୍ଲା ମଚାୟୀ ଛାତ୍ର ଛାତ୍ରୀଙ୍କ ପାଠପଢାରେ ବାଧା ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି। ନାବାଳକ ମାନେ ଦଶମ ଶ୍ରେଣୀ ଛାତ୍ର ପାଠ ପଢୁଛନ୍ତି ଚଳିତ ମାସ 20 ତାରିଖ ରେ ସେମାନଙ୍କର ବୋର୍ଡ ପରୀକ୍ଷା ଅଛି ହେଲେ ମଧ୍ୟ ତାଙ୍କୁ ଦଳୀୟ ପ୍ରଚାର ପ୍ରସାର ନିମନ୍ତେ ବିଜେଡ଼ି ଚିହ୍ନର ପତାକା ଧରି ନୃତ୍ୟ ପରିବେଷଣ କରିବା, ନିର୍ବାଚନ ଆଇନ ଉଲଙ୍ଘନ ଅଭିଯୋଗ ଉଠାଇଛନ୍ତି ବିରୋଧି ପାର୍ଟି। ନାବାଳକ ପାଠ ପଢ଼ୁଥିବା ଛାତ୍ର ମାନଙ୍କ ହାତରେ ବିଜେଡି ଚିହ୍ନ ଧରି ମଞ୍ଚରେ ନାଚ ପରିବେଷଣ କରିଛନ୍ତି ! ଉକ୍ତ କାର୍ଯ୍ୟକ୍ରମର ମୋ ଓଡ଼ିଶା ନବୀନ ଓଡ଼ିଶାର ନୋଡାଲ ଅଧିକାରୀ, ଉପଦ୍ଦେଷ୍ଟା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ପ୍ରାଶାସନିକ ଅଧିକାର ମାନଙ୍କ ଉପସ୍ଥିତ ରେ ନାବାଳକ ଛାତ୍ର ମାନଙ୍କ ହାତରେ ବଜେଡି ଚିହ୍ନ ପତାକ ଦେଇ ନଚାଇବା ଠିକ କି? ଦ୍ଵିତୀୟ ରେ ସରପଞ୍ଚ ବିନା ଅନୁପସ୍ଥିତି ରେ ଏହିପରି କାର୍ଯ୍ୟକ୍ରମ ଚାଲିଛି। କେଉଁ କାରଣରୁ ସରାପଂଚଙ୍କ ଆଶି ନାହାନ୍ତି। ଜନସାଧାରଣ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି ,କାରଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ଚନ୍ଦ୍ର ବେହେରା କାର୍ଯ୍ୟକଳାପ ଉପରେ ସଂଦେହ ସୃଷ୍ଟି କରୁଛି।ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଚାର ପ୍ରସାର କରୁଥିବାରୁ ତାତିଲେ ବିରୋଧ ଦଳ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ