ବାଲିଅନ୍ତାରେ ଚଲାଉଥିଲା ମଦ କାରବାର - ବିପୁଳ ମଦ ଜବତ, ଜଣେ ଗିରଫ
ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ମଦ କାରବାର ଚଲାଉଥିଲା। ବାଲିଅନ୍ତା ପୁଲିସ ହାତରେ ଧରା ପଡିଲା। ଗିରଫ ଅଭିଯୁକ୍ତ ହେଲେ ସନ୍ୟାସୀ ପାତ୍ର (46), ପିତା- ଦେବେନ୍ଦ୍ର ପାତ୍ର, ଗ୍ରାମ- କନକ ସାହି,ଥାନା-ପୁରୁଷୋତ୍ତମପୁର, ଜିଲ୍ଲା- ଗଞ୍ଜାମ। ସେ ବହୁ ଦିନ ହେବ ବାଲିଅନ୍ତା ଥାନା ଅଧିନ ନେହେରୁ କଲେଜ ପଛ ପଟେ ରହି ବେଆଇନ ମିନି ମଦ କାଉଣ୍ଟର ଚଲାଉଥିଲା।ଖବର ପାଇ ବାଲିଅନ୍ତା ପୁଲିସ ଚଢାଉ କରି ସେଠାରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ବାଲିଅନ୍ତା ଥାନା କେସ ନଂ 422/26 ରେ ତାକୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି କାରବାରର ମୁଖ୍ୟ ଆସାମୀ ଏ ପର୍ଯ୍ୟନ୍ତ ଫେରାର ଅଛି। ତାକୁ ଧରିବା ପାଇଁ ବାଲିଅନ୍ତା ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି। ଏହା ବାଲିଅନ୍ତା ପୁଲିସ ପାଇଁ ଏକ ବଡ ସଫଳତା। ଆଗକୁ ଚୋରା ମଦ ବିକାଳୀ ଓ ମଦୁଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0