ବାରିପଦା ର ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ କଟକ ମେଡିକାଲ କୁ ଯାଇ ପ୍ଲେଟଲଟ ପ୍ରଦାନ କରିଲେ

ବିହାର ରାଜ୍ୟ ବକ୍ସର ଗ୍ରାମ ର ଜଣେ କେନ୍ସର୍ ପୀଡ଼ିତା ରୋଗୀ ନାମ ବୀଣା କୁମାରୀ ଦୀର୍ଘ ଦିନ ଧରି କଟକ ର ଶ୍ରୀ ରାମଚନ୍ଦ୍ର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି l ତାଙ୍କର ଜରୁରୀ କାଳୀନ AB+ve ପ୍ଲେଟଲେଟ ର ଆବଶ୍ୟକ ହେବାରୁ ଅନେକ ଚେଷ୍ଟା କରି ବିଫଳ ହେବା ରୁ ସେମାନେ କଟକ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ଦେବାଶିଷ ସାହୁ ( ଦିଲୁ ଭାଇ) ଙ୍କୁ SDP ଦାନ ପାଇଁ ଅନୁରୋଧ କରିଥିଲେ । ଦେବାଶିଷ ସାହୁ ସଙ୍ଗେ ସଙ୍ଗେ ବାରିପଦା ର ନିୟମିତ ରକ୍ତ ଓ ପ୍ଲେଟଲେଟ୍ ଦାତା ଡଃ ନିରୋଜ କୁମାର ପୋଥାଳ ଙ୍କୁ ଯୋଗାଯୋଗ କରିଥିଲେ । ଜରୁରୀ କାଳୀନ ପ୍ଲେଟଲେଟ ର ଆବଶ୍ୟକତା ଜାଣିବା ପରେ ଡଃ ନିରୋଜ କୁମାର ପୋଥାଳ ଅବିଳମ୍ବେ ବାରିପଦା ରୁ କଟକ ମେଡିକାଲ କୁ ଯାଇ ନିଜର SDP ( ପ୍ଲେଟଲେଟ ) କ୍ୟାନ୍ସର ପୀଡ଼ିତା ମହିଳା ଙ୍କୁ ପ୍ରଦାନ କରିଥିଲେ । ଏହି ମହାନ ସେବାକାର୍ଯ୍ୟ ପାଇଁ ଡଃ ନିରୋଜ ଙ୍କୁ କଟକ ଓ ମୟୂରଭଞ୍ଜ ର ବିଭିନ୍ନ ଅନୁଷ୍ଠାନ ତରଫ ରୁ ଧନ୍ୟବାଦ୍ ପ୍ରଦାନ କରାଯାଇଛି । ଏହା ପୂର୍ବ ରୁ ଅନେକ ବାର ନିୟମିତ ଭାବରେ ଡଃ ନିରୋଜ ପୋଥାଳ ବାରିପଦା ରୁ କଟକ କୁ ଯାଇ ଡେଙ୍ଗୁ ଓ କେନ୍ସର ରୋଗୀ ଙ୍କୁ ନିଜର ପ୍ଲେଟଲେଟ ପ୍ରଦାନ କରି ଆସୁଛନ୍ତି l ଆଜି ପର୍ଯ୍ୟନ୍ତ ସର୍ବମୋଟ ୧୨୦ ଥର ନିଜର ରକ୍ତଦାନ କରି ଅନେକ ରାଜ୍ୟ ରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ସାରାରାଜ୍ୟରେ ତଥା ନିଜ ଜିଲ୍ଲାରେ ଡଃ ନିରୋଜ କୁମାର ପୋଥାଳଙ୍କୁ ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାପାଇଁ ଦାବୀ ହେଉଛି ।
ବାରିପଦାରୁ -ଗୌର ଦାସ ଗିରି
What's Your Reaction?






