ବାରିପଦା ବ୍ଲକ ବିଡିଓଙ୍କ ପ୍ରଶାସନିକ ଅବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କଲା ବିଜେଡି; ୭ ଦିନ ମଧ୍ୟରେ ତଦନ୍ତ ନ ହେଲେ ବ୍ଲକ ଘେରାଉ ଚେତାବନୀ ଦେଲେ ସାନନ୍ଦ ମାର୍ଣ୍ଡି
ବାରିପଦା, ପ୍ରତିନିଧି: ବାରିପଦା ବ୍ଲକରେ ଚାଲିଥିବା ପ୍ରଶାସନିକ ଅବ୍ୟବସ୍ଥା, ଜନପ୍ରତିନିଧିଙ୍କ ପ୍ରତି ଅସହଯୋଗୀ ମନୋଭାବ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗକୁ ନେଇ ବିଜୁ ଜନତା ଦଳ, ବାରିପଦା ବ୍ଲକ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ବିସ୍ତୃତ ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବତନ ବିଧାୟକ ତଥା ବିଜେଡିର ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ *ଶ୍ରୀଯୁକ୍ତ ସାନନ୍ଦ ମାର୍ଣ୍ଡି* ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ବାରିପଦା ବ୍ଲକ ବିଡିଓଙ୍କ ବିରୋଧରେ ଉଠିଥିବା ବିଭିନ୍ନ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବାରିପଦା ବ୍ଲକରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତାର ଅଭାବ ରହିଥିବା ବେଳେ ପଞ୍ଚାୟତ ସମିତି ମେମ୍ବର, ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ଙ୍କ ଜନପ୍ରତିନିଧିଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉ ନାହିଁ। ଅନେକ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା, ନିୟମ ଉଲ୍ଲଂଘନ ଓ ପ୍ରଶାସନିକ ଦୁର୍ବଳତା ଯୋଗୁଁ ସାଧାରଣ ଜନତା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାଦ୍ୱାରା ବ୍ଲକର ବିକାଶ ପ୍ରକ୍ରିୟା ପ୍ରଭାବିତ ହେବା ସହ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି।
ଏହି ଅବସରରେ ସାନନ୍ଦ ମାର୍ଣ୍ଡି କହିଥିଲେ ଯେ, ବାରିପଦା ବ୍ଲକରେ ଚାଲିଥିବା ଅନିୟମିତତା, ଏବଂ ନିମ୍ନ ମାନର କାମ, ଏବଂ ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପକୁ ଆଉ ସହ୍ୟ କରାଯିବ ନାହିଁ। ଏବଂ ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁନ୍ଦର ସିଂ କହିଥିଲେ ଜେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଗୁରୁତ୍ୱ ନ ଦେଇ କେବଳ ସୋସିଆଲ ମିଡ଼ିଆରେ ମିଛ ପ୍ରଚାର ପ୍ରସାର ରେ ବେସ୍ତ ଅଛନ୍ତି ବିଡ଼ିଅ, ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପରିବର୍ତ୍ତେ ପ୍ରଶାସନ ନିଜ ଦାୟିତ୍ୱରୁ ଦୂରେଇ ରହୁଥିବା ଅଭିଯୋଗ କରି ସେ ଜିଲ୍ଲା ପ୍ରଶାସନଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଥିଲେ। ବିଜେଡି ପକ୍ଷରୁ *ବାରିପଦା ବ୍ଲକ ବିଡିଓ* ଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକର *୭ ଦିନ ମଧ୍ୟରେ* ନିରପେକ୍ଷ ତଦନ୍ତ କରି ଦୃଢ଼ ପଦକ୍ଷେପ ନେବାକୁ ଦାବି କରାଯାଇଛି। ନଚେତ୍ ବିଜୁ ଜନତା ଦଳ ଜନସାଧାରଣଙ୍କୁ ସାଙ୍ଗରେ ନେଇ *ବାରିପଦା ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ଦୁର୍ବାର ଗଣଆନ୍ଦୋଳନ ଆରମ୍ଭ* କରିବ ବୋଲି ସାନନ୍ଦ ମାର୍ଣ୍ଡି କଡ଼ା ଚେତାବନୀ ଦେଇଛନ୍ତି। ଏହି ପ୍ରତିନିଧି ଦଳରେ *ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ଶ୍ରୀ ଜିତେନ୍ଦ୍ର ମହାନ୍ତି , ବାରିପଦା ବ୍ଲକ ଅଧ୍ୟକ୍ଷ ସୁନ୍ଦର ସିଂ,ବରିଷ୍ଠ ନେତା ପ୍ରଭାତ ନାୟକ, ବିଭିନ୍ନ ଗ୍ରାମପଞ୍ଚାୟତର ସମିତି ସଭ୍ୟ ଓ P.R.I ମେମ୍ବର ତଥା ସରପଞ୍ଚମାନେ, ବିଜୁ ଜନତା ଦଳ ର ବାରିପଦା ବ୍ଲକ ସଭାପତି ସୁଜିତ ମହାନ୍ତ, ବରିଷ୍ଠ ନେତା ବୈଦ୍ୟନାଥ ସାହୁ, ଦିଲ୍ଲୀପ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପାର୍ବତୀ ହେମ୍ବ୍ରମ୍ଙ୍କ , ଖଦି ବୋର୍ଡ ସଦସ୍ୟ ସରୋଜ ବୋଷ, ରବି ସିଂ , ଜିଲ୍ଲା ଛାତ୍ର ସଭାପତି ସୁନୀଲ ନାୟକ , ରାଜ୍ୟ ସାଧାରଣ ସମ୍ପାଦକ ଯୁବ ଜନତା ରାଜୀବ ପାତ୍ର,ବାରିପଦା ନିର୍ବାଚନ ମଣ୍ଡଳୀ ଛାତ୍ର ସଭାପତି ଆଭାସ ଦେ , ରାଜ୍ୟ ସାଧାରଣ ସମ୍ପାଦକ ଜିତ ପଟ୍ଟନାୟକ , ପୂର୍ବତନ ଛାତ୍ର ସଭାପତି ଅଭୟ ସିଂ , ସମ୍ପାଦକ ତରୁଣ ନାୟକ , ମନବୋଧ ନାୟକ , କୀଟୁ ସିଂ, ଜଗନ୍ନାଥ ବେସ୍ରା, ମନ୍ମଥ ମହାନ୍ତ , କୃଷ୍ଣ କୁମାର ଟୁଡୁ , ରେଙ୍ଗ ମହାନ୍ତ , ଗଣେଶ ନାୟକ , ସାଲାଇ ମାର୍ଣ୍ଡି , ନିରଞ୍ଜନ ନାୟକ , ବିଶ୍ୱନାଥ ଟୁଡୁ , ପ୍ରସନ୍ନ ଦେହୁରୀ , ବାବାଜୀ ନାୟକ, ରେପ ମୁର୍ମୁ , ରବି ସିଂ ,ଲାବଣ୍ୟ ବତି ମହାନ୍ତ, ରୀନା ଦେହୁରୀ, ମୁନି ସିଂ,ମମତା ସେଠି, ସୁହାଗି ମୁର୍ମୁ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0