ବାରିପଦା ଠାରେ ୨ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

Dec 19, 2025 - 17:54
 0  4
ବାରିପଦା ଠାରେ ୨ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

ବାରିପଦା - ୧୯/୧୨/୨୦୨୫ ବାରିପଦା ସ୍ଥିତ ଛଉ ପଡିଆ ଠାରେ ଆଜି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଶୁଭ ଉଦଘାଟନ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ସମ୍ପଦ ଓ ପ୍ରାଣୀ ସମ୍ପଦ କାର୍ଯ୍ୟାଳୟର ମିଳିତ ସହଯୋଗ ତଥା ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ରମଣୀ ରଞ୍ଜନ ବିଶ୍ବାଳ, ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ମାନସ ରଞ୍ଜନ ସାହୁ, ଶାମା ଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଶ୍ରୀମତୀ ସଙ୍ଘମିତ୍ରା ପଟ୍ଟନାୟକ, ଏସ ଡି ଭି ଓ ରାଇରଙ୍ଗପୁର ଶ୍ରୀ ସୁଶାନ୍ତ କୁମାର ସିଂ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସକ ଡା. ବିଶ୍ୱାଳ ସ୍ୱାଗତ ଭାଷଣ ଦେବା ସହ ତା'ଙ୍କ ବକ୍ତବ୍ୟରେ କହିଥିଲେ ଯେ ତୃଣ ମୂଳ ସ୍ତରରେ ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ଏବଂ ଯୋଗ୍ୟ ହିତାଧିକାରୀ କିପରି ଏହାର ସୁଯୋଗ ନେଇ ଲାଭାନ୍ବିତ ହୋଇପାରିବେ ବିଶେଷ କରି ଗ୍ରାମାଞ୍ଚଳ ଚାଷୀ ମାନଙ୍କ ଆୟ କିପରି ଦ୍ବିଗୁଣିତ ହେବ ଏବଂ ଆୟରେ ସ୍ଥାୟୀତ୍ୱ ରହିବ ଯଦ୍ୱାରା ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବି ହେବେ ସେଇ ବିଷୟରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦେଶ୍ୟ ଏବଂ ଏହି ମେଳା ୨ ଦିନ ଧରି ଚାଲିବ ବୋଲି ଉଲ୍ଲେଖ କରିଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ସାହୁ ଚାଷୀମାନଙ୍କ ପାଇଁ ଉଦିଷ୍ଟ ବିଭାଗର ବିବିଧ ଜନ କଲ୍ୟାଣକାରି ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଏଗୁଡିକର ସୁଯୋଗ ନେବାପାଇଁ ଆହ୍ୱାନ ଜଣାଇଥିଲେ। ସେହିପରି ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ସରକାର କୃଷକ ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। କୃଷିରେ କେବଳ ଧାନ ଚାଷକୁ ସୀମିତ ନରଖି, ଧାନ ସହିତ ପନିପରିବା,ରବି ଚାଷ, ମାଣ୍ଡିଆ ଜାତୀୟ ଶସ୍ୟ ଚାଷ,ଡାଲି ଜାତୀୟ ଚାଷ, ଛତୁ ଚାଷ,ମତ୍ସ୍ୟ ଚାଷ,ଗୋପାଳନ, ଛେଳି,ମେଣ୍ଢା,କୁକୁଡା,ବତକ,ଫୁଲ ଚାଷ,ମହୁଚାଷ,ଟସର ଚାଷ ଇତ୍ୟାଦି ।ଏହି ସବୁ ଚାଷରେ ସରକାର ବିହନ,ସାର,କୀଟନାଶକ, ମଣ୍ଡିରେ କ୍ରୟ ବିକ୍ରୟ, ରିହାତିରେ କୃଷି ଯନ୍ତ୍ରପାତି ଯୋଗାଣ ,କୃଷି ଋଣ,ଅବଶ୍ୟକ ସ୍ଥଳେ କୃଷି ଋଣ ସୁଧ ଛାଡ,କୃଷି ବୀମା, ପି.ଏମ. କିଷାନ ଓ ସି.ଏମ. କିଷାନ ଯୋଜନାରେ ଆର୍ଥିକ ସହାୟତା , ପ୍ରଧାନମନ୍ତ୍ରୀ ଫସଲ ବୀମା ,ମାଗଣାରେ ମାଛ ଯାଆଁଳ,ପୋଖରୀ ଖନନ,କାମଧେନୁ ଓ ଗୋ ମିଶନ ଯୋଜନାରେ ଅଧିକ କ୍ଷୀର ଉତ୍ପାଦନକ୍ଷମ ଗାଈ ଵଣ୍ଟନ ଇତ୍ୟାଦି ବ୍ୟବସ୍ଥା କରାଯାଇଛି ।ତେଣୁ ଆଜିର ଶିକ୍ଷିତ ଯୁବକମାନେ ଚାକିରୀ ପଛରେ ନ ଗୋଡ଼ାଇ ନିଜ ଅଂଚଳର ଆବଶ୍ୟକତାକୁ ଦୃଷ୍ଟି ରେ ରଖି ନିଜ କ୍ଷେତରେ ଅର୍ଥ ଉପାର୍ଜନକ୍ଷମ ପ୍ରକଳ୍ପ ପ୍ରସ୍ତୁତ କରିବା ଉଚିତ। ଯଦ୍ୱାରା ନିଜେ ଉପାର୍ଜନକ୍ଷମ ହୋଇ ସ୍ୱାବଲମ୍ବୀ ହେବା ସହିତ ଅଂଚଳର ବିକାଶରେ ନିଜର ସହଭାଗୀତାକୁ ପ୍ରତିପାଦନ କରିପାରିବେ। ଏହି ମେଳାରେ ସ୍ଵୟଂସହାୟିକା ଗୋଷ୍ଠୀ ତରଫରୁ ବିଭିନ୍ନ ଉତ୍ପାଦିତ ସାମଗ୍ରୀ ଷ୍ଟଲ ଯଥା ଧୂପ,ବାଉଁଶ କାରିଗର,ବିଭିନ୍ନ ସରକାରୀ ବିଭାଗ ମତ୍ସ୍ୟ,ଉଦ୍ଯାନ,କୃଷି ,ପ୍ରାଣୀ ବିଭାଗ ତରଫରୁ ଷ୍ଟଲ କରାଯାଇଥିଲା ।ଚାଷୀମାନେ ଵୁଲି ବୁଲି ଷ୍ଟଲ ଦେଖିଵା ସହ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ। ମେଳାରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଧାରିତ ସଚେତନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ