ବାରିପଦା ଠାରେ ୧୧ ତମ ଜିଲ୍ଲା ସ୍ତରୀୟ ମୟୂରଭଞ୍ଜ ପୁସ୍ତକମେଳା ଉଦଘାଟିତ

Dec 20, 2024 - 20:39
 0  15
ବାରିପଦା ଠାରେ ୧୧ ତମ ଜିଲ୍ଲା ସ୍ତରୀୟ ମୟୂରଭଞ୍ଜ ପୁସ୍ତକମେଳା ଉଦଘାଟିତ

ବାରିପଦା: 20.12.2024// ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବାରିପଦା ସ୍ଥିତ ଛଉ ପଡ଼ିଆ ଠାରେ ଶୁକ୍ରବାର ଦିନ ୧୧ ତମ ଜିଲ୍ଲା ସ୍ତରୀୟ ପୁସ୍ତକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦୀପକ ଗୋଛାୟତ ଯୋଗ ଦେଇଥିଲେ। ଏଥିସହିତ, ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ କୈଳାଶ ଚନ୍ଦ୍ର ମହାନ୍ତି, ମୟୂରଭଞ୍ଜ ପୁସ୍ତକ ମେଳାର ସଭାପତି ଶ୍ରୀ ପଦ୍ମନାଭ ସାହୁ ଏବଂ ସମ୍ପାଦକ ମନୋଜ ଦଳବେହେରା ମଂଚାସୀନ ଥିଲେ। ସଭାର ସ୍ୱାଗତ ଭାଷଣ, ସଭାପତି ଶ୍ରୀ ସାହୁ ଦେଇଥିବା ବେଳେ, ସମ୍ପାଦକ ଶ୍ରୀ ଦଳବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ନିଜ ଅଭିଭାଷଣରେ କହିଥିଲେ ଯେ ପୁସ୍ତକ ସମସ୍ତଙ୍କୁ ବୟସର ବ୍ୟକ୍ତି ବିଶେଷଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ହେବ ଉଚିତ। ଆଜିକାଲିର ସୋସିଆଲ ମିଡ଼ିଆ ଯୁଗରେ ହାତରେ ବହି ଧରି ପଢିବା ଚାହିଦା କମି ଯାଇଥିଲେ ମଧ୍ୟ ପଢିବାର ଚାହିଦା କମିନାହିଁ। ସମସ୍ତେ ନିଜ ଲର ବ୍ୟସ୍ତ ବହୁଳ ଦିନଚର୍ଯ୍ୟା ମଧ୍ୟରୁ ସମୟ କାଢି ପ୍ରତିଦିନ କିଛି ନା କିଛି ପୁସ୍ତକ ପଢିବା ଆବଶ୍ୟକ ବୋଲି ଶ୍ରୀ ମଲ୍ଲିକ କହିଥିଲେ। ସୂଚନାଯୋଗ୍ୟ ଯେ ୨୦ ଡିସେମ୍ବର ରୁ ଆରମ୍ଭ ହୋଇ ୨୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଜିଲ୍ଲା ସ୍ତରୀୟ ମେଳାରେ ବିଭିନ୍ନ ଉପାଦେୟ ପୁସ୍ତକ ବିକ୍ରି ହେବା ସହିତ ପାଠକ ପାଠିକାଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାପାଇଁ ଏହି ପ୍ରୟାସ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଯୋଗ ଦେଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ