ବାରିପଦାରେ ଭିଏଚପି ଓ ବଜରଙ୍ଗ ଦଳ ପକ୍ଷରୁ "ଶୌର୍ଯ୍ୟ ଜାଗରଣ ଯାତ୍ରା"

Dec 19, 2024 - 20:23
 0  12
ବାରିପଦାରେ ଭିଏଚପି ଓ ବଜରଙ୍ଗ ଦଳ ପକ୍ଷରୁ "ଶୌର୍ଯ୍ୟ ଜାଗରଣ ଯାତ୍ରା"

ବାରିପଦା: ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୁଧବାର ଦିନ ଏଠାରେ "ଶୌର୍ଯ୍ୟ ଜାଗରଣ ଯାତ୍ରା" ନାମରେ ନାମିତ ଏକ ବଡ଼ ଧରଣର ବାଇକ ରାଲି ଆୟୋଜିତ ହୋଇଯାଇଛି। ବାଇକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ପରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଭିଏଚପି ଜିଲ୍ଲା ସଭାପତି ନରେନ୍ଦ୍ର ସିଂ, ଜିଲ୍ଲା ସମ୍ପାଦକ ଦୟାନିଧି ଦାସ, ବରିଷ୍ଠ ନେତା କବିବିଷ୍ଣୁ ଶତପଥୀ, ଜିଲ୍ଲା ସହ ସମ୍ପାଦକ ମୋହନ ଗିରି, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବିଶ୍ୱଜିତ ରଣା ତଥା କଳ୍ପ ରାୟବାବୁ, ଦେବାଶିଷ ଦାସ, ସୌମ୍ୟରଂଜନ ମିଶ୍ର, ଅମିତ ନାୟକ, ସପନ ଘୋଷ, ସଞ୍ଜୟ କୁମାର ରାମ ଓ ବାସୁଦେବ ପଣ୍ଡା ପ୍ରମୁଖଙ୍କ ନେତୃତ୍ବରେ ବର୍ଣ୍ଣାଢ୍ୟ ମୋଟର ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ଛଉ ପଡ଼ିଆ ନିକଟରେ ପହଞ୍ଚିବା ପରେ ସେଠାରେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ସାଧୁ ନୀଳାମ୍ବର ଦାସ ମହାରାଜ, ସ୍ୱାମୀ ପ୍ରୀତିସାଗର ଦାସ ମହାରାଜ ଓ ଦିବାକର ତ୍ରିପାଠୀ ପ୍ରମୁଖଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ଓ ସଭାରେ ଭିଏଚପି ଓ ବଜରଙ୍ଗ ଦଳର ପାଞ୍ଚ ଶହରୁ ଅଧିକ କର୍ମୀ ସାମିଲ ହୋଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ