ବାରିପଦାକୁ ସମୃଦ୍ଧ ସହର କେନ୍ଦ୍ରୀୟ ଯୋଜନାରେ ସାମିଲ ପାଇଁ ଦାବୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସାଂସଦ ମମତା ମହାନ୍ତ

Dec 6, 2025 - 18:35
 0  7
ବାରିପଦାକୁ ସମୃଦ୍ଧ ସହର କେନ୍ଦ୍ରୀୟ ଯୋଜନାରେ ସାମିଲ ପାଇଁ ଦାବୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସାଂସଦ ମମତା ମହାନ୍ତ

ବାରିପଦା ତା 6/12 (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଓଡିଶାରେ ସମୃଦ୍ଧ ସହର କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରାଯାଉଥିବାରୁ ରାଜ୍ୟସଭା ସାଂସଦ ମମତା ମହାନ୍ତ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ସହିତ ସମୃଦ୍ଧ ସହର ଯୋଜନରେ ଓଡିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ଼, ଜୟପୁର, କୋରାପୁଟ, ସୁନାବେଢା, ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ପୁରୀ ଭୁବନେଶ୍ୱର, ପାରାଦ୍ୱୀପ, କଟକ ଆଦି ସହର କୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଓଡିଶାର ସବୁଠାରୁ ବଡ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରକୁ ଏଥିରେ ସ୍ଥାନ ଦିଆଯାଇ ନଥିବାରୁ ଶ୍ରୀମତୀ ମହାନ୍ତ ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି. ପତ୍ର ସଂଖ୍ୟା 35 ତା 5.12.25 ରିଖ ପତ୍ରରେ ବାରିପଦା ସହରକୁ ସମୃଦ୍ଧ ସହର କେନ୍ଦ୍ରୀୟ ଯୋଜନରେ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଛନ୍ତି. ଉକ୍ତ ପତ୍ରର ନକଲ ଓଡିଶା ସରକାରଙ୍କ ଗୃହ, ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କୁ ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁରୋଧ କରିଛନ୍ତି. ସାଂସଦ ମମତା ମହାନ୍ତ ଙ୍କର ଏଭଳି ପ୍ରସ୍ତାବକୁ ଆଇନଜୀବୀ କମଳାକାନ୍ତ ଦାସ, ଶିକ୍ଷାବିତ ଡ଼ ଶ୍ୟାମସୁନ୍ଦର ଦାସ, ଡ଼ ପୁଷ୍ପା ପାତ୍ର, ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ, ବାରିପଦାର ପୂର୍ବତନ ବିଧାୟକ କିଶୋର ଦାଶ ଓ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ର ବରିଷ୍ଠ ସଦସ୍ୟ ତଥା ଓଡିଶା ଓକିଲ ସଙ୍ଘ ର କୋ - ଚେୟାରମ୍ୟାନ ଜୀବନ କୁମାର ସାହୁ ପ୍ରମୁଖ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମୃଦ୍ଧ ସହର କେନ୍ଦ୍ରୀୟ ଯୋଜନାରେ ବାରିପଦା ସହରକୁ ଅନ୍ତର୍ଭୁକ୍ତ କରିବାକୁ ଦୃଢ଼ ଦାବି କରିଛନ୍ତି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ