।। ବାଣିଜ୍ୟ ବିଭାଗର ବରିଷ୍ଠ ପ୍ରାଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।।

ଯାଜପୁର,୩୦।୭(ଫାଷ୍ଟ ନ୍ୟୁଜ ଓଡ଼ିଶା): ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଅଜୟ କୁମାର ରାଉତ ଚଳିତ ମାସ ୩୧ ତାରିଖ ଦିନ ଅବସର ଗ୍ରହଣ କରୁଛନ୍ତି । ଆଜି ବାଣିଜ୍ୟ ବିଭାଗ ପକ୍ଷରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାଧ୍ୟାପକ ଡ଼ଃ ନରୋତ୍ତମ ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ ଯୋଗଦାନ କରିଥିଲେ । ଅଧ୍ୟକ୍ଷ ଓ ଅନ୍ୟ ଅତିଥି ମାନେ ପ୍ରାଧ୍ୟାପକ ଅଜୟ କୁମାର ରାଉତ ଜଣେ ନିଷ୍ଠାପର ଓ ଛାତ୍ର ବତ୍ସଳ ପ୍ରାଧ୍ୟାପକ ବୋଲି ମତ ଦେବା ସହିତ ତାଙ୍କ ଶିକ୍ଷାଦାନ ବିଷୟରେ ଆଲୋକପାତ କରିଥିଲେ । ସମସ୍ତଙ୍କୁ ଆପଣାର କରିବା ତାଙ୍କ ବିଶେଷ ଗୁଣ ବୋଲି କହିବା ସହିତ ତାଙ୍କ ଅବସର କାଳୀନ ଜୀବନ ଦୀର୍ଘ ନିରାମୟ ହେଉ ବୋଲି କାମନା କରିଥିଲେ । କାର୍ଯ୍ୟକ୍ରମ ରେ ବାଣିଜ୍ୟ ବିଭାଗର ଅଧ୍ୟାପକ ସୁନୀଲ କୁମାର ସେଠୀ ଓ ଅଧ୍ୟାପିକା ସସ୍ମିତା ମଲ୍ଲିକ ଯୋଗଦାନ କରିଥିଲେ । ବିଭାଗ ପକ୍ଷରୁ ପ୍ରାଧ୍ୟାପକ ଶ୍ରୀ ରାଉତଙ୍କୁ ପୁଷ୍ପଗୁଛ, ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






