ବହୁଭାଷୀ ନାଟକ ମହୋତ୍ସବ ନଭେମ୍ବର ୨୨ ତାରିଖରୁ

Nov 19, 2025 - 21:49
 0  5
ବହୁଭାଷୀ ନାଟକ ମହୋତ୍ସବ ନଭେମ୍ବର ୨୨ ତାରିଖରୁ

ବାରିପଦା - ତା :- ୧୯/୧୧/୨୦୨୫ ରିଖ ସ୍ଥାନୀୟ ସହିଦ ସ୍ମୃତି ଭବନରେ ବାରିପଦାର ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ରୂପାନ୍ତର ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ସ୍ତରୀୟ ବହୁଭାଷୀ ନାଟକ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ସଂସ୍ଥାର ନିର୍ଦ୍ଦେଶକ ପରେଶ ସାହୁ ଜଣାଇଛନ୍ତି I ଚଳିତ ମାସ ୨୨ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ରୂପାନ୍ତର, ବାରିପଦା ପ୍ରଯୋଜିତ ଓଡ଼ିଆ ନାଟକ "ନିସ୍ତବ୍ଧ ସାହାନାଇ", ୨ୟ ସନ୍ଧ୍ୟାରେ ଥିଏଲାଇଟ, କୋଲକାତା ପ୍ରଯୋଜିତ ବେଙ୍ଗଲୀ ନାଟକ "ଚୁୟା ଚନ୍ଦନ", ୩ୟ ସନ୍ଧ୍ୟାରେ ମିରର ଥିଏଟର, ବେଲପାହାଡ, ପ୍ରଯୋଜିତ ସମ୍ବଲପୁରୀ ନାଟକ "ଲାଲ ପାଏନ", ୪ର୍ଥ ସନ୍ଧ୍ୟାରେ ପାଥ, ଜାମସେଦପୁର ପ୍ରଯୋଜିତ ହିନ୍ଦୀ ନାଟକ "କନ୍ୟାଦାନ", ୫ମ ସନ୍ଧ୍ୟାରେ ଇଣ୍ଡିଜେନିୟାସ ପିପୁଲ ଆର୍ଟ ଏଣ୍ଡ କଲଚୁରାଲ ସୋସାଇଟି, ଝାରଖଣ୍ଡ ପ୍ରଯୋଜିତ ସାନ୍ତାଳୀ ନାଟକ "ବାଲତା ଗୁରୁ" ଏବଂ ଶେଷ ସନ୍ଧ୍ୟାରେ ସମ୍ପର୍କ, ରାଉରକେଲା ପ୍ରଯୋଜିତ ଓଡ଼ିଆ ନାଟକ "ଜନ୍ମମାଟି" ପରିବେଷିତ ହେବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁ ପ୍ରକାଶ କରିଛନ୍ତି I ପ୍ରତ୍ୟେକ ସନ୍ଧ୍ୟା ୬ଟା ରେ ବହୁ ସଂଖ୍ୟାରେ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିବାକୁ ମହୋତ୍ସବର ସଭାପତି କୃଷ୍ଣI ନନ୍ଦ ମହାନ୍ତି ଅନୁରୋଧ କରିଛନ୍ତି I ତତସହିତ ପ୍ରତ୍ୟେକ ଦିନ ସହିଦ ଭବନ ପରିସରରେ ସକାଳ ୬ଟା ରେ ସର୍ବସାଧାରଣଙ୍କ ଯୋଗ ଶିବିର, ୯ଟା ରେ ସାହିତ୍ୟ ଆଲୋଚନା, ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା, ଲୁକ୍କାୟିତ ପ୍ରତିଭା ଚୟନ ଓ ମିଲେଟ ଫୁଡ ଫେଷ୍ଟିଭାଲର ମଧ୍ୟ କାର୍ଯ୍ୟକ୍ରମ ରହିଛି ବୋଲି ସଂସ୍ଥାର ନିର୍ଦ୍ଦେଶକ ପରେଶ ସାହୁ ଜଣାଇଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ