।। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଭିଡିଓ ,,ଭରଚୁଆଲ ମାଧ୍ୟମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।।

ରାଜ୍ୟସରକାରଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବଲାଙ୍ଗୀରଜିଲ୍ଲାର ଟିଟିଲାଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବଲାଙ୍ଗୀରଜିଲ୍ଲାକୁ ଦେଇଥିବା ତିନି ହଜାର ନଅସହ ଏଗାର ଟି ପ୍ରକଳ୍ପର 158କୋଟି ପଚାଶ ଲକ୍ଷ ଟଙ୍କା କାର୍ଯ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ତଥା 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ l ଟିଟିଲାଗଡ଼ ଠାରେ ଜଳସମ୍ପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗଦାନ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଉଦବୋଧନ ରଖିଥିଲେ l ଏହି କାର୍ଯ୍ୟକ୍ରମ ବଲାଙ୍ଗୀରଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର 827ଟି ପ୍ରକଳ୍ପ 59ଗ୍ରାମପଞ୍ଚାୟତକୁ 29କୋଟି 50ଲକ୍ଷ, l ଲୋଇସିଂହା 892ପ୍ରକଳ୍ପ 65ଟି ଗ୍ରାମପଞ୍ଚାୟତକୁ 32କୋଟି 50ଲକ୍ଷ, l ପାଟଣାଗଡ଼ 841ପ୍ରକଳ୍ପ 75ଗ୍ରାମପଞ୍ଚାୟତକୁ 37କୋଟି 50ଲକ୍ଷ, l ବଲାଙ୍ଗୀର 552ପ୍ରକଳ୍ପ 59ଗ୍ରାମପଞ୍ଚାୟତକୁ 25କୋଟି 50ଲକ୍ଷ ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ଦୟାମୟ ପାଢ଼ୀ, ବିଡ଼ିଓ ସୁଶାନ୍ତ ରଣା, ବ୍ଲକଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାଏକ, ଜିଲ୍ଲା ପରିଷଦ ଶ୍ରୀମତୀ ଗୀତା ବିଶି, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରମାକାନ୍ତି ପୁଟେଲ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସହ ହଜାରହଜାର ସଂଖ୍ୟରେ ଜନସାଧାରଣ ଉପସ୍ଥିତ ଥିଲେ l, ପୋଲିସ୍ ପ୍ରଶାସନ ତରଫରୁ ,, ଏସ ଡି, ପି, ଓ, ଶ୍ରୀ ମତି ଅଙ୍କିତା କୁମ୍ଭାର ସମ୍ଭାଳି ଥିଲେ ।
ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଲକୃଷ୍ଟ୍ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






