।। ବଲଙ୍ଗୀ ଗ୍ରାମରେ ରଜ ପାଳିତ ।।

ରଜର ଦ୍ଵିତୀୟ ଦିନ ରେ ବହୁ ଆନନ୍ଦ ରେ ଗ୍ରାମ ର କିଶୋରୀ ବାଳିକା ମାନେ ଏକତ୍ରିତ ହୋଇ ରଜ ପାଳନ କରିବା ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ଅଧିନସ୍ଥ ବାଲାଙ୍ଗୀ ଗ୍ରାମ ଠାରେ l
ଚଳିତ ବର୍ଷ ର ରଜ କୁ କୁନି ଝିଅ ଠାରୁ ବୃଦ୍ଧା ମହିଳା ପର୍ଯ୍ୟନ୍ତ ଗାଁ ରେ ଏକ ଆମ୍ବ ତଟା ଦଳି ବାନ୍ଦି ଆନନ୍ଦ ରେ ସମସ୍ତେ ଝୁଲି ମନରେ ଅତି ଖୁସି ଲାଗୁଥିବା ଝିଅ ମାନେ ପ୍ରକାଶ କରିଥିଲେ l ଏହି ଗାଁ ରେ ଆମେ ପ୍ରଥମ କରି ଚଳିତ ବର୍ଷ ପାଳନ କରୁଛୁ ଆମ ଗାଁ ର ପଡିଶା ଗାଁ ରେ ରଜ ପର୍ବ ପାଳନ କରୁଥିବା ଦେଖିଆସୁଥିଲୁ ଆଉ ଆମେ ବି ରଜ ପାଳନ କରିବା ବୋଲି ଗାଁ ର ସମସ୍ତ ଝିଅ ଆଲୋଚନା କରି ଏକତ୍ରିତ ହୋଇ ପାଳନ କରିବାକୁ ସଫଳତା ହେଲା l ବହୁତ ସୁନ୍ଦର ଭାବରେ ରଜ କୁ ସାଜସଜା କରି ଥିବା ବେଳେ ଶାନ୍ତି ଶୃଙ୍ଖଳା ରେ ପାଳନ କରିଥିଲେ l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






