।। ବନ୍ୟଜନ୍ତୁ ଶିକାରୀ ଦୁଇ ଜଣ ଙ୍କୁ କୋର୍ଟ ଚାଲାଣ ।।

Dec 12, 2023 - 19:43
 0  124
।। ବନ୍ୟଜନ୍ତୁ ଶିକାରୀ ଦୁଇ ଜଣ ଙ୍କୁ କୋର୍ଟ  ଚାଲାଣ ।।

ହରିଣ ମାଂସ ଭାଗବଣ୍ଟା ବେଳେ ମାଡି ବସିଲା ବନ ବିଭାଗ । ଦୁଇଜଣ ଗିରଫ ,ଚାରିଜଣ ଫେରାର । ଗତ ଶନିବାର ଦିନ ଥୁଆମୁଲ ରାମପୁର ବନବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ହରିଣ ମାଂସ ବିକ୍ରି ଭାଗ ବଣ୍ଟା ହେବା ଖବର ପାଇଥିଲେ । ଖବର ପାଇ ଚଢ଼ାଉ କରିଥିଲେ । ଛଅ ଜଣ ଲୋକ ହରିଣ କୁ ମାରି ମାଂସ ଭାଗ ବଣ୍ଟା କରୁଥିବା ସମୟରେ ମାଡ଼ି ବସିଥିଲେ ବନ ବିଭାଗ । ଅଭିଯୁକ୍ତ ମାନେ ହରିଣ କୁ ମାରି ତା ମାଂସ କୁ ବିକ୍ରି କରିବା ପାଇଁ ଯୋଜନା କରୁଥିଲେ । ଅଭିଯୁକ୍ତ ମାନେ ହେଲେ ହେରାମାଲ ଗାଁ ର ଗୌରାଙ୍ଗ ରାଉତ (40)ବୟସ ଓ ରମା ପଟେଲ (45) ବୟସ । ଉଭୟ ଙ୍କ ଠୁ ପ୍ରାୟ ଦୁଇ କେଜି ମାଂସ ଜବତ କରିଛି ବନ ବିଭାଗ । ହାରାମାଲ ଠାରେ କୁଟୁରା ଶିକାର ଅଭିଯୋଗ ରେ ଅଟକ ଥିବା ଦୁଇ ଅଭିଯୁକ୍ତ ଙ୍କୁ ବନ ବିଭାଗ ତରଫରୁ ବନ୍ୟ ଜନ୍ତୁ ଶିକାର ଅଭିଯୋଗ ରେ ଗିରଫ କରି ଜୟପାଟଣା କୋଟ କୁ ଚାଲାଣ କରିଛି। ସୂଚନା ଅନୁସାରେ କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ଅଧିନସ୍ଥ ସିଙ୍ଗାରି ସଂରକ୍ଷ ଜଙ୍ଗଲ ର ପାଦ ଦେଶରେ ଥିବା ହାରାମାଲ ପଂଚାୟତ ର ବ୍ରାହ୍ମଣ କେନ୍ଦୁ ଗୁଡା ଅଂଚଳ ରେ ଏକ କୁଟୁରା କୁ ଶିକାର କରିଥିଲେ। ଏ ନେଇ ବନ ବିଭାଗ ସୂଚନା ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଂଚି ପାରୁଆଗୁଡା ର ରାମ ପଟେଲ ଓ ହାରାମାଲ ଗ୍ରାମର ଗୌରାଙ୍ଗ ରାଉତ ନାମକ ଦୁଇ ଜଣଙ୍କ ଠାରୁ କୁଟୁରା ମାଂସ ଜବତ କରିବା ସହ ଉଭୟ ଙ୍କୁ ଥୁଆମୂଳ ରାମପୁର ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଅଟକ ରଖି ଘାଟଣା ର ତଦନ୍ତ କରି ଥିଲେ। କିନ୍ତୁ ଉଭୟ ଅଭିଯୁକ୍ତ ଅନ୍ୟ କୌଣସି ସହଯୋଗୀ ଙ୍କ ନା ନେଇ ନ ଥିଲେ। ଫଳରେ ସେହି ଦୁଇ ଜଣ ଙ୍କୁ ହିଁ କୋଟ ଚାଲାଣ କରାଯାଇଛି।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାୟକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ