ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚତୁର୍ଦ୍ଦଶ ମାସିକ ବିନିମୟ ବୈଠକ ଅନୁଷ୍ଠିତ

Feb 16, 2025 - 19:59
 0  17
ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚତୁର୍ଦ୍ଦଶ ମାସିକ ବିନିମୟ ବୈଠକ ଅନୁଷ୍ଠିତ

ନୂଆପଡ଼ା : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରିଆର ରୋଡ଼ ଠାରେ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚତୁର୍ଦ୍ଦଶ ମାସିକ ବିନିମୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଦର ବ୍ଲକ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ରେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ଆକଂକ୍ଷୀ ପାଠ୍ୟକ୍ରମ ନୂଆପଡ଼ା ଜିଲ୍ଲା ସହାୟକ ଅଧିକାରୀ ବିକାଶ ରଞ୍ଜନ ମେହେର, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି, ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଶାନ୍ତ କୁମାର ଯୋଶୀ, ଅବସର ପ୍ରାପ୍ତ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ ସିଂ ପ୍ରମୁଖ ଯୋଗଦାନ କରିଥିଲେ। ବୈଠକରେ ସଦର ବ୍ଲକର ସମସ୍ତ ୩୭ ଟି ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଉତ୍କର୍ଷ, ଅପାର ଆଇଡି, ୟୁଡ଼ାଇସ ପ୍ଲସ, ଆକାଂକ୍ଷୀ ପାଠ୍ୟକ୍ରମ, ଗଣିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ, ରାଜ୍ୟ ମୁକ୍ତ ବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମାଟ୍ରିକ ପରୀକ୍ଷା ପରିଚାଳନା, ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନ କୁ ସୁନିଶ୍ଚିତ କରିବା ଓ ପରୀକ୍ଷା ରେ ଉପସ୍ଥିତ କରାଇବା, ଦଶମ ଶ୍ରେଣୀ ପ୍ରି ବୋର୍ଡ ପରୀକ୍ଷା ର ରେଜଲ୍ଟ ବିଶ୍ଳେଷଣ, ଚଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଉତ୍ତମ ଫଳାଫଳ, ଜାତୀୟ ଶିକ୍ଷା ନୀତି ୨୦୨୦, ଜାତୀୟ ପାଠ୍ୟକ୍ରମ ଆଧାର ୨୦୨୩ ଆଦି ବିଷୟବସ୍ତୁ ଉପରେ ବିଶଦ ଆଲୋଚନା କରି, ସମସ୍ତ ଉଚ୍ଚ ବିଦ୍ୟାଳୟରେ ଏହାର ସଫଳ କାର୍ୟନ୍ୱୟନ ଉପରେ ଗୁରୁତ୍ବ ଦିଆଯାଇଥିଲା। ଦ୍ଵିତୀୟ ଅଧିବେଶନରେ ସମସ୍ତ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଆୟୋଜକ ବିଦ୍ୟାଳୟର ସମସ୍ତ ବିଭାଗ ପରିଦର୍ଶନ କରି ଭବିଷ୍ୟତ ଉନ୍ନତି ନିମନ୍ତେ ମତାମତ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଚାରିଟି ପ୍ରାଚୀର ପତ୍ରିକା, ଧ୍ରୁବ, ଇନ୍ଦ୍ରଧନୁ, ବର୍ଣ୍ଣାଳି ଓ ସୌରଭର ଶୁଭ ଉନ୍ମୋଚନ କରାଯାଇଥିଲା। ଏହି ବୈଠକର ସଫଳ ଆୟୋଜନରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଗଣ ସହଯୋଗ ପ୍ରଦାନ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସlମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ