।। ପୋଖରୀରେ ବୁଡି ଦୁଇ ନାବାଳକ ଶିଶୁ ମୃତ ।।

Feb 17, 2024 - 19:31
 0  264
।। ପୋଖରୀରେ ବୁଡି ଦୁଇ ନାବାଳକ ଶିଶୁ ମୃତ ।।

ଥୁଆମୂଳ ରାମପୁର,:କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁରେସପଦର ଗାଁରେ ଘଟିଛି ଏକ ଅଭାବନୀୟ ଦୁଃଖଦ ଘଟଣା।ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇ ଗ୍ରାମର ଦୁଇଜଣ ନାବାଳକ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ସୂଚନା ମୁତାବକ ମୃତ ଦୁଇ ନାବାଳକ ହେଲେ ଗ୍ରାମର ସୁରେଶ ନାଏକଙ୍କ ନାବାଳକ ପୁଅ ଅସମାନ୍ (୬) ଏବଂ ଈଶ୍ୱର ନାଏକଙ୍କ ନାବାଳକ ପୁଅ ସାନ୍ତନୁ(୬)।କେତେବେଳେ ଏବଂ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ହେଇଛି ବର୍ତ୍ତମାନ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି।ଘଟଣା ସ୍ଥଳରେ ଏଯାଏଁ ପୋଲିସ ପହଞ୍ଚି ନଥିବା ବେଳେ ଦୁଇ ଶିଶୁଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ଆଣିବାକୁ ଶବ ବାହକ ଗାଡିର ବ୍ୟବସ୍ଥା ମଧ୍ୟ 5c ହେଇପାରୁନଥିବା ଯାହା ବିଡମ୍ବନାର ବିଷୟ।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରା ପୁଟ ପ୍ରଥମ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ