।। ପିଇବା ପାଣି ସମସ୍ୟା ପାଇଁ ରାଜପଥ ଅବରୋଧ କଲେ ନାରାୟଣପୁର ଗ୍ରାମବାସୀ ।।

Mar 17, 2024 - 13:13
 0  6
।। ପିଇବା ପାଣି ସମସ୍ୟା ପାଇଁ ରାଜପଥ ଅବରୋଧ କଲେ ନାରାୟଣପୁର ଗ୍ରାମବାସୀ ।।

ପିଇବା ପାଣି ସମସ୍ୟା ପାଇଁ ରାଜପଥ ଅବରୋଧ କଲେ ନାରାୟଣପୁର ଗ୍ରାମବାସୀ। ଏହିପରି ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଗପୁର ବ୍ଲକ ନାରାୟଣପୁର ପଞ୍ଚାୟତର ସଦର ଗାଁରେ । ଆଜି ସକାଳ 6 ଘଣ୍ଟିକା ସମୟରୁ ଗାଁ ନିକଟ ଛକରେ ବିଶୁଦ୍ଧ ପାନୀୟ ଜଳ ପାଇଁ ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଛି । ନାରାୟଣପୁର ଗାଁ ରେ ୨୦୦ ପରିବାର ପ୍ରାୟଏକ ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ରହିଛନ୍ତି ।ଏହି ଗାଁରେ ଗୋଟିଏ ସଲାର ଟାଙ୍କି ସହ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ବସୁଧା ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି ।ଉକ୍ତ ଗ୍ରାମରେ ବହୁ ଦିନ ହେବ ଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇଯାଇଛି । ସଲାର ଟାଙ୍କି ଅଳ୍ପ ପାଣି ବାହାରି ଥିବା ବେଳେ ୨୦୦ ପରିବାରକୁ ପାଣି ଅଭାବ ହେଉଥିବାରୁ ବହୁ ଅସୁବିଧା ରେ ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।ଗୋଟିଏ ସଲାର ଟାଙ୍କି ଉପରେ ଗ୍ରାମ ବାସୀ ନିର୍ଭର କରି ଆସୁଥିବା ବେଳେ ପାଣି ପାଇଁ ଗ୍ରାମରେ ମହିଳା ମାନଙ୍କ ମଧ୍ୟରେ ଝଗଡା ହେଉଛିନ୍ତି । ପ୍ରାୟ ୩ ମାସ ହେବ ସ୍ୱଜଳ ଧାରା ଦ୍ୱାରା ଆସୁଥିବା ବିଶୁଦ୍ଧ ପାନୀୟ ଜଳ ର ପାଇପ ବନ୍ଦ ଥିବା ଯୋଗୁଁ ପାଣି ପାଇ ପାରୁ ନାହାଁନ୍ତି । ଯାହାଫଳରେ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ରୁ ବଞ୍ଚିତ ରହୁଛନ୍ତି । ରାସ୍ତା ଅବରୋଧ କରିବାରୁ ସ୍ଥାନୀୟ ପୁଲିସ ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏସ ଆଇ ସଞ୍ଜୟ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ମହିଳା ପୁରୁଷ ଙ୍କୁ ସ୍ବାନ୍ତନା ଦେଇ ସମସ୍ୟା ର ସମାଧାନ କରାଯିବ ବୋଲି ରାସ୍ତା ରୁ ଉଠେଇ ଛନ୍ତି। Byte-ସରପଞ୍ଚ ସୀତାରମ କାଡ୍ରାକା ଓ ଗ୍ରାମ ବାସୀ ସୁବର୍ଣ୍ଣ ମହାନନ୍ଦିଆ ନରେନ୍ଦ୍ର କୌଶଲ୍ୟା ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ