ପପୁଲୁର ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Nov 24, 2025 - 18:32
 0  55
ପପୁଲୁର ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି, ୨୪/୧୧/୨୫: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ୍ ସ୍ଥିତ ପପୁଲୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନ ସାଧାରଣଙ୍କ ଅଭିଯୋଗ ଗୁଡିକୁ ଶୁଣିଥିଲେ।ଏହି ଶିବିରରେ ମୋଟ ୩୯୩ ଟି ଅଭିଯୋଗର ଶୁଣାଣି ହୋଇଥିଲା । ତନ୍ମଧ୍ୟରୁ ୨୫୬ ଗୋଟି ବ୍ୟକ୍ତିଗତ ଓ ୧୩୭ ଟି ସାମୁହିକ ଅଭିଯୋଗ ରହିଥିଲା। ବିଭିନ୍ନ ଯୋଜନାର ହାତ ପାହାନ୍ତା ରେ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣୀରେ ବସୁନ୍ଧରା ଯୋଜନାରେ ୫୯ ଜଣ ହିତାଧିକାରୀ ଙ୍କୁ ଜିଲ୍ଲାପାଳ ପଟ୍ଟା ବଣ୍ଟନ କରିଥିଲେ। ସେହିପରି ୫୬ ଜଣ ଙ୍କୁ ନୂତନ ଶ୍ରମ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୬ ଜଣ ନାମ ପଞ୍ଜିକରଣ କରିଥିଲେ। ୮ ଜଣ ଶ୍ରମିକ ଙ୍କର କାର୍ଡ ନବୀକରଣ କରାଯାଇଥିବା ବେଳେ ମୋଟ ୮୫ ଜଣ କ୍ୟାମ୍ପ ରେ ଯୋଗ ଦେଇଥିଲେ। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ