ପଡିଆରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁଦୃଢ ସମ୍ପର୍କିତ କର୍ମଶାଳା

Mar 19, 2026 - 19:14
 0  5
ପଡିଆରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁଦୃଢ ସମ୍ପର୍କିତ କର୍ମଶାଳା

ପଡିଆ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷ୍ୟରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଧ୍ୟୁଷିତ ପଡିଆ ଓ କାଲିମେଳା ବ୍ଲକର ବିଭିନ୍ନ ପଞ୍ଚାୟତରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକୁ ସୁଦୃଢ ପାଇଁ ଏହି ସଂସ୍ଥା ପକ୍ଷ୍ୟରୁ ନିଆଯାଇଥିବା ପଦକ୍ଷେପ ବାବଦରେ ଆଲୋଚନା କରାଯାଇଅଛି। ଏଥିସହ ସମ୍ପ୍ରତି ସ୍ଥିତିରେ ସ୍ୱାସ୍ଥ୍ୟର ସ୍ଥିତି ପରଖି ସ୍ଵାସ୍ଥ୍ଯ ସୂଚକାଙ୍କ ଗୁଡିକୁ ସୁଦୃଢ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରାଯିବା ଦିଗରେ ଆଲୋଚନା ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନି କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଡିଆ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବଳରାମ ପଠାଲ, ପଡିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପରମାନନ୍ଦ ମହାପାତ୍ର, ଆଇଟିସି ମିଶନ ସୁନହରାକାଲର ପ୍ରୋଗ୍ରାମ ଅଫିସର ଭାନମ ଗୀତା ପ୍ରଭଲ୍ଲୀକା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାତୃ ଶିଶୁ ସ୍ଵାସ୍ଥ୍ୟର ଉନ୍ନତି ପାଇଁ ବ୍ୟକ୍ତିଗତ ସ୍ତରରେ ସଚେତନ ହେବା ନିହାତି ଆବଶ୍ୟକ ବୋଲି କୁହାଯାଇଛି। ଏଥିସହ ପ୍ରତ୍ୟକ ମହିଳା ନିଜର ବ୍ୟକ୍ତିଗତ ସ୍ଵଚ୍ଛତା, ସ୍ୱାସ୍ଥ୍ୟର ଯତ୍ନ ନେବା ସହ ସରକାରୀ ଯୋଜନା ଗୁଡିକରେ ଯୋଡି ହେବାକୁ କହିଥିଲେ। ଏହି କାର୍ଯ୍ୟକ୍ରମକୁ ଆଇଜିଡି ଏନଜିଓର ରାଜ୍ୟ ମୁଖ୍ୟ ଡଃ ମୁକେଶ କୁମାର ସାହୁ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପଡିଆ ବ୍ଲକ ଓଡିଶା ଜୀବିକା ମିଶନର ପ୍ରୋଗ୍ରାମ ମ୍ୟାନେଜର ଅମିତ୍ କୁମାର ନମଦାସ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା ବେଳେ ଆଇଜିଡି ଏନଜିଓର ଝିଲି ସିଲ, ନୟାମୀ ଖରା ଓ ଗୋବିନ୍ଦ ସରଦାର ପ୍ରମୁଖ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ