ପଟ୍ଟାଧାରୀଙ୍କ କ୍ଷତିପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ବନ୍ଦ ଦାବୀସତ୍ୱେ ଠିକାଦାର ଙ୍କର ଜୋର ଜବରଦସ୍ତ କାମକୁ ନେଇ ଉତ୍ତେଜନା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୧୭.୦୪.୨୦୨୫ ରିଖ : ନବରଙ୍ଗପୁର ଜିଲ୍ଲା ପୋଡାଲଗୁଡା ଗ୍ରାମ ଠାରୁ ଡୁଲୁଘାଟି ଗ୍ରାମ ପର୍ଯ୍ୟନ୍ତ ୩୪ କିଲୋମିଟର ରାସ୍ତା ଯାଉଛି ! ରାସ୍ତା ମଧ୍ୟ ଦେଇ ଅନେକ ଗ୍ରାମ ମଧ୍ୟରେ ଅମଳାଭଟ୍ଟା ରହିଛି ! ଗୁମିଦୋରା ଠାରୁ ବୁଢାରଜା ପର୍ବତ ଓ ଅମଳାଭଟ୍ଟା ଠାରୁ ପାଇକ ଅମଳାଭଟ୍ଟା ପର୍ଯ୍ୟନ୍ତ ରାସ୍ତା ହୋଇଥିବା ଜାଗା ପଟ୍ଟାଧାରୀ ମାଲିକଙ୍କ ରହିଛି ! ଏହି ରାସ୍ତାଟି ପଟ୍ଟାଧାରୀଙ୍କ ଜମି ଦେଇ ଯାଉଥିବାରୁ ସେମାନେ ସରକାରଙ୍କ ନିୟମ ପ୍ରକାରେ କ୍ଷତିପୂରଣ ଦାବିକରି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ! ଅମଳାଭଟ୍ଟା ଗ୍ରାମର ଲାରେନତୁସ ଗଣ୍ଡା,ପ୍ରଦିପ ଗଣ୍ଡା,ରଞ୍ଜନ,ଧର୍ଯେଶ ଗଣ୍ଡା,ବିହାରୀ ଗଣ୍ଡା,ମିଥୁନ,ଗଜେନ୍ଦ୍ର ଗଣ୍ଡା,ଜିତେନ୍ଦ୍ର ଗଣ୍ଡା,ଲିଲୁକାନ୍ତ ଗଣ୍ଡାଙ୍କ ୨ ଏକର ଜମି ରହିଥିବା ବେଳେ ଜଗଦିଶ ବିଷୋୟୀ,ବୃନ୍ଦାବନ ବିଷ,ମେଘନାଦ ବିଷୋୟୀ,ବବିତା ବିଷୋୟୀ,ଚେକ୍ରାଶାହା ବିଷୋୟୀଙ୍କ ୭ ଏକର ଜମି ରାସ୍ତା କାମରେ ଯାଉଛି ! ଏହାଛଡା ସନ୍ୟାସୀ ଗୌଡ,ଜଗ ଗୌଡ,ହରି ଗୌଡଙ୍କ ୩୫ ସେଣ୍ଟ ଜମିକୁ ଲାଗି ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରୁଛି ! ଗାଁ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଆକାରରେ ରାସ୍ତା ନିର୍ମାଣକୁ ବିରୋଧ କରି ନାହାନ୍ତି ! ହେଲେ ପଟ୍ଟାଧାରୀ ଜମି ମାଲିକ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ! ଏମାନଙ୍କ ମଧ୍ୟରୁ ସମସ୍ତେ ଚାଷୀ ହୋଇଥିବାରୁ ସେମାନଙ୍କ ଭରଣପୋଷଣ ଚାଷରେ ହିଁ ହୋଇଥାଏ ବୋଲି ହିତାଧିକାରୀ କହିଛନ୍ତି ! ରାସ୍ତା କାମ ଚାଲୁଥିବା ସମୟରେ ସେମାନେ ଦୁଇ ଜେସିବି,ରୋଲର କାମକୁ ବନ୍ଦ କରିଥିଲେ ! ବର୍ତ୍ତମାନ ରାସ୍ତାର ଦୁଇ ପାର୍ଶ୍ବ ମାଟି ପକାଯାଇ ଓସାରିଆ କରାଯାଉଛି ! କାମ ବନ୍ଦ କରିବାକୁ ନେଇଁ ଉପସ୍ଥିତ ରହିଥିବା ସୁପରଭାଇଜର ଖବର ଦେବା ପରେ ବିଭାଗୀୟ ଅଧିକାରୀମାନେ ପହଞ୍ଚିଥିଲେ ଓ କଥା ହୋଇଥିଲେ ଯେ ପର୍ଯ୍ୟନ୍ତ କ୍ଷତିପୂରଣ ଦିଆ ନ ହୋଇଛି ସେ ପର୍ଯ୍ୟନ୍ତ କାମ ହେବ ନାହିଁ ବୋଲି ପ୍ରତିଶୃତି ଦେଇଥିବା କହିଛନ୍ତି ! ଏଥିପୂର୍ବରୁ ମଧ୍ୟ ୮ ମାସ ତଳେ ଗାଁର ପଟ୍ଟାଧାରୀମାନେ ଆସି ବିଭାଗୀୟ ଅଧିକାରୀଙ୍କୁ ପଟ୍ଟା ଥିବାକୁ ନେଇ ଅବଗତ କରାଇ ଛନ୍ତି !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






