।। ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅତି ଆନନ୍ଦ ସହ ସେଶହେଲା ।।

Feb 14, 2024 - 21:08
 0  57
।। ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ  ଅତି  ଆନନ୍ଦ ସହ ସେଶହେଲା ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଠାରେ ଅନୁଷ୍ଠିତ ହୋଇଯାଇଛି ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ।ତଳଝାପି ପଞ୍ଚାୟତ ସରପଞ୍ଚ ସୋଭାସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ମୁଖ୍ୟ ବକ୍ତା ଭାବେ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ଏବଂ ସମ୍ମାନିତ ଅତିଥି ଭାବେ ଥୁଆମୂଳ ରାମପୁର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପ୍ରମିଳା ମାଝୀ, ବିଜେଡି ବ୍ଲକ ସଭାପତି ଶ୍ରୀଯୁକ୍ତ କପିଳାସ ନାଏକ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋବିନ୍ଦ ବାଣୁଆ ବିଜେଡି ଜୁବସଭାପତି ଶ୍ରୀଯୁକ୍ତ ସୁଜାନ ନାଏକ ବରିଷ୍ଠ ଯୁବନେତା ଶୁଭମ୍ ନାଏକ ମକୁନ୍ଦ ଧଙ୍ଗଡା ମାଝୀ ସମିତି ସଭ୍ୟା ଶ୍ରୀମତୀ ଶାନ୍ତି ମାଝୀ,ବ୍ଲକ ସହକାରୀ ଯନ୍ତ୍ରୀ ଦିଲୀପ କୁମାର ପଟେଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ, କାର୍ଯ୍ୟକ୍ରମର ନୋଡାଲ ଅଫିସର କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଏସବୁ ଯୋଜନା ମାଧ୍ୟମରେ ଜନସାଧାରଣ କିଭଳି ସୁବିଧା ପାଇ ଉପକୃତ ହେଉଛନ୍ତି ଏନେଇ ଜନସାଧାରଣଙ୍କୁ ଅବଗତ କରାଇଥିଲେ।ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନୃତ୍ୟ ପରିବେଷଣ କରିଥିଲେ।ସେମାନଙ୍କୁ ସମ୍ମାନିତ କରିବା ସହିତ ପୁରଷ୍କୃତ କରାଯାଇଥିଲା।ଏଥିସହିତ ଆଦର୍ଶ ଶିକ୍ଷକ ଭାବେ ଅମରସିଂ ମାଝୀ, ଅଙ୍ଗନବାଡି ରଶ୍ମିତା ନାଏକ,ଆଶାକର୍ମୀ ସତ୍ୟବତୀ ନାଏକ, ଶ୍ରେଷ୍ଠ ଏସ୍.ଏଚ୍.ଜି ଭାବେ ବିଷମଗିରି ର ମା ମାଣିକେଶ୍ଵରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ,ସି.ଆର୍.ପି ସୁନିତା ନାଏକ, ଏମ୍.ବି.କେ ଭାବେ ଦମୟନ୍ତୀ ନାଏକ, ଶ୍ରେଷ୍ଠ ଚାଷୀ ଭାବରେ ବେଣି ମାଝୀ ଏବଂ ହାରଫୁଲ୍ ମାଝୀ, କଳାକାର ଭାବେ ରାମେଶ୍ୱର ନାଏକ ଏବଂ ଅଞ୍ଚଳର ଶ୍ରେଷ୍ଠ ବୈଦ୍ୟ ଭାବରେ ବିଷମଗିରି ଗ୍ରାମର ରଘୁ ପ୍ରଧାନୀ ଭଳି ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ସୁନୀଲ ମାଝୀ।ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କଧର ସାହୁଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମ ରୋଜଗାର ସେବକ ସୁରେନ୍ଦ୍ର କୁମାର ସେଠୀ,ଯୋଗାଣ ସହାୟକ ଲଛମନ ନାଏକ ଗୌତମ ନାଏକ ଙ୍କ ସମେତ ନାଏବ ସରପଞ୍ଚ ଏବଂ ସମସ୍ତ ଓ୍ବାର୍ଡ ମେମ୍ବର ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରା ପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ