ନ୍ୟାସନାଲ ହାଇସ୍କୁଲରେ ପିଏମଶ୍ରୀ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

Apr 18, 2025 - 05:55
 0  24
ନ୍ୟାସନାଲ ହାଇସ୍କୁଲରେ ପିଏମଶ୍ରୀ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ନୂଆପଡା : ସ୍ଥାନୀୟ ନ୍ୟାସନାଲ ହାଇସ୍କୁଲ ପିଏମଶ୍ରୀ ସ୍କୁଲ୍ ହେଲାପରେ ପ୍ରଥମ ଥର ପାଇଁ ବାର୍ଷିକ କ୍ରିଡା ଏବଂ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୁଲାପ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୂଖ୍ୟ ଅତିଥି, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଜିଲ୍ଲା ଓକିଲ ସଂଘ ପୂର୍ବତନ ସଭାପତି ପ୍ରସନ୍ନ କୁମାର ପାଢୀ,ଜିଲ୍ଲା କ୍ରିଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁଞ୍ଜ ବିହାରୀ ବାଗ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଦାଶ ପିଲାମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଆମେ ପାଠ ପଢିବା ସହ ଅନ୍ୟାନ୍ୟ ଅଭ୍ୟାସ ଯଥା କ୍ରିଡା, ନୃତ୍ୟ , ଚିତ୍ରାଙ୍କନ , ବତ୍କୃତା ଇତ୍ୟାଦି ବାହ୍ୟ ଜ୍ଞାନରେ ଋଚି ରଖିବା ଅତ୍ୟନ୍ତ ଜରୁରୀ । ପରିବେଶ ପ୍ରଦୂଷଣ ଭଳି ଆମେ ବିଭିନ୍ନ ମାନସିକ ପ୍ରଦୁଷଣଠାରୁ ମଧ୍ୟ ଦୂରରେ ରହିବା । କଠିନ ପରିଶ୍ରମ କରି ସମସ୍ତ ଛାତ୍ରଛାତ୍ରୀ ମେଧାବୀ ଏବଂ ଯଶସ୍ଵୀ ହୁଅନ୍ତୁ । ଏହି ଅବସରରେ ବିଭିନ୍ନ କ୍ରିଡାରେ ଉଲ୍ଲେଖନୀୟ କୃତ୍ତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଦୁଇ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିବାବେଳେ ଏଥିରେ କଣାଭଏଁରା ହାଇସ୍କୁଲ ଟାନଓ୍ୱାଟ, କେନ୍ଦ୍ରୀୟ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କବାଡିରେ ନ୍ୟାସନାଲ ହାଇସ୍କୁଲ ଚାମ୍ପିୟନ ହୋଇଥିବାବେଳେ, ଟାନୱାଟ ଦଳ ରନର୍ସ ଅପ ଏବଂ ଖୋଖୋରେ ନ୍ୟାସନାଲ ହାଇସ୍କୁଲ ଚାମ୍ପିୟନ ଓ କେନ୍ଦ୍ରୀୟ ବିଦ୍ୟାଳୟ ରନର୍ସ ଅପ ହୋଇଥିଲା । ଦୁଇଦିନର ଖେଳକୁ ଖେଳ ଶିକ୍ଷକ ମୋହନ କୁମାର ମହନ୍ତ, ଦେବବ୍ରତ ସାହୁ ପରିଚାଳନା କରିଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସୁକାନ୍ତ ଶତପଥୀ ପରିଚାଳନା କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ