ନେହେରୁ ସେବା ସଂଘ ତରଫରୁ ପୋଷ୍ୟ ସନ୍ତାନ ଗ୍ରହଣ କରିନେଇଥିବା ବିଦେଶୀ ଦମ୍ପତିଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା ତା. ୨୧.୧୨.୨୦୨୪: ନେହେରୁ ସେବା ସଂଘ ଭବାନୀପାଟଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡି ତରଫରୁ ଭବାନୀପାଟଣାର ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଇଟାଲୀର ଦମ୍ପତି ଲୁସିଆନା ରୋସି ଓ ଲୁଇଗୀ ରୋସୋ ଏବଂ ଝିଅ ପ୍ରତୀକ୍ଷା କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟ କୁମାର ଦରୱାନ ଙ୍କ ଦ୍ଵାର ବିଦେଶୀ ଦମ୍ପତି ଏବଂ ପୋଷ୍ୟ ସନ୍ତାନ ଝିଅ ପ୍ରତୀକ୍ଷା କୁ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରକାଶ ଥାଉକି ପୋଷ୍ୟ ସନ୍ତାନ ଝିଅ ପ୍ରତୀକ୍ଷା କୁ ସେପ୍ଟେମ୍ବର ୨୧ ତାରିଖ ୨୦୧୬ ମସିହାର ଇଟାଲୀର ଏହି ଦମ୍ପତି ନିଜର ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିନେଇଥିଲେ । ପୋଷ୍ୟ ସନ୍ତାନ ଗ୍ରହଣ କରିବା ର ୮ ବର୍ଷ ପରେ ବିଦେଶରୁ ନିଜର ଜନ୍ମ ମାଟି କଳାହାଣ୍ଡି କୁ ପ୍ରତୀକ୍ଷା ନିଜର ମା ବାପା ସହିତ ମିଶି ଆସିଥିବା ରୁ ଖୁସି ଅନୁଭବ କରିଛି ଓ ଇଟାଲୀ ରେ ଭଲରେ ରହି ପାଠ ପଢୁଥିବା କହିଥିଲେ । ଇଟାଲୀର ଏହି ଦମ୍ପତି ଝିଅ ପ୍ରତୀକ୍ଷା କୁ ପାଇ ବହୁତ ଖୁସି ବିଶେଷ କରି କଳାହାଣ୍ଡି ଆସିଥିବାରୁ ଏବଂ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାରୁ ଜିଲ୍ଲା ପ୍ରଶାସନ ଓ ନେହେରୁ ସେବା ସଂଘକୁ ପ୍ରଶଂସା କରିଥିଲେ । ଏହି ଅବସରରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ ଏବଂ ଉତ୍ସାହ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଜିଲ୍ଲାର ଶିଶୁମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସି.ଡବ୍ଲୁ.ସି. ର ଅଧ୍ୟକ୍ଷ ରୂପ କିଶୋର ହୋତା, ପୂର୍ବତନ ସି.ଡବ୍ଲୁ.ସି. ର ଅଧ୍ୟକ୍ଷ ଅଜୟ କୁମାର ମିଶ୍ର, ଜିଲ୍ଲା ସୂଚନା ଲୋକ ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ସହକାରୀ ଜିଲ୍ଲାପାଳ ମମତା ଦାସ୍, ଡି.ସି.ପି.ୟୁ. ରାଜଲକ୍ଷ୍ମୀ, ଓମ୍ ପ୍ରକାଶ ଅଗ୍ରୱାଲ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟ ର ପ୍ରୋଗ୍ରାମ ଅଫିସର ଅଂଶୁମାନବାବୁ ପରିଚାଳନା କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ଭବାନି ପାଟଣା ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡିଶା
What's Your Reaction?






