ନୂତନ ଜିଲ୍ଲାପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ : ଜିଲ୍ଲା ବିକାଶର ସାରଥୀ ହେବେ ଜିଲ୍ଲାପାଳ

Mar 26, 2026 - 18:11
 0  7
ନୂତନ ଜିଲ୍ଲାପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ : ଜିଲ୍ଲା ବିକାଶର ସାରଥୀ ହେବେ ଜିଲ୍ଲାପାଳ

ମାଲକାନଗିରି,୨୬|୩ ମାଲକାନଗିରି ଜିଲ୍ଲା ର ନୂତନ ଜିଲ୍ଲାପାଳ ଭାବେ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଦାୟିତ୍ୱ କରିଥିବା ବେଳେ ଆଜି ସୌଜନ୍ୟ ମୂଳକ ସାକ୍ଷାତ କଲା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ। ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଅଶୋକ ମିଶ୍ର ଙ୍କ ନେତୃତ୍ୱରେ ଏକ ଟିମ ଆଜି ଜିଲ୍ଲାପାଳ ଶ୍ରୀ ରାଜସିର୍କେ ଙ୍କ ସହ ସାକ୍ଷାତ କରି ଜିଲ୍ଲା ର ବିଭିନ୍ନ ବିକାଶ ଦିଗରେ ଆଲୋଚନା କରିଛନ୍ତି। ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀ ମିଶ୍ର ପ୍ରଥମେ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ଜିଲ୍ଲାପାଳ ଙ୍କୁ ସମ୍ମାନିତ କରିଥିଲେ। ପରେ ଜିଲ୍ଲା ର ବିଭିନ୍ନ ବିକାଶ ଯଥା:- ଜିଲ୍ଲା ସଦର ମହକୁମାରେ ରିଙ୍ଗ ରୋଡ଼ ନିର୍ମାଣ, ବଣ୍ଡା ଘାଟିରେ କଫି ଚାଷ କରିବା ସହ ଏହାର ବିକାଶ ଦିଗରେ ଗୁରୁତ୍ୱ, ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ୱାରୋପ, ସ୍ୱାଭିମାନ ଅଂଚଳରେ ଜାଫ୍ରା ଏବଂ ଡ୍ରାଗନ ଫଳ ଚାଷ, ତୁରନ୍ତ ରେଲୱେ ପ୍ରକଳ୍ପ ଆରମ୍ଭ, ଜିଲ୍ଲାରେ ବିମାନ ସେବା ଆରମ୍ଭ, ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଏହିଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ। ଏଥିସହ ଜିଲ୍ଲାପାଳ ଶ୍ରୀ ରାଜସିର୍କେ ଜିଲ୍ଲାର ବିକାଶରେ ସାରଥୀ ହେବେ ବୋଲି କହିଥିଲେ। ଜିଲ୍ଲାର କୋଣ ଅନୁକୋଣକୁ ସଂଯୋଗ କରିବାକୁ ହେଲେ ପ୍ରଥମେ ରାସ୍ତା ଘାଟ ନିର୍ମାଣ କରିବା ଆବଶ୍ୟକ ତେଣୁ ସେ ଏହି ଦିଗରେ ନିଶ୍ଚୟ ପଦକ୍ଷେପ ନେବେ ବୋଲି କହିଥିଲେ। ସାମ୍ବାଦିକମାନେ ଜିଲ୍ଲା ବିକାଶରେ ସହାୟକ ହେଲେ ଆହୁରି ଏହି ଜିଲ୍ଲା ର ବିକାଶ ହୋଇପାରିବ ତେଣୁ ସାମ୍ବାଦିକ ମାନଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ତେବେ ଆଜିର ଏହି ସୌଜନ୍ୟ ମୂଳକ ସାକ୍ଷାତ ସମୟରେ ଉତ୍କଳ ସାମ୍ବାଦିକ ସଙ୍ଘ ସମ୍ପାଦକ ବି ଶ୍ରୀନିବାସ ପାତ୍ର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, କୋଷାଧ୍ୟକ୍ଷ ହୃଷିକେଶ ସେଠୀ, ଭଗବାନ ସାହୁ, ବିକ୍ରମ କେଶରୀ ସ୍ୱାଇଁ, ଦିଲ୍ଲୀପ ପଟ୍ଟନାୟକ,ମନୋଜ ସାହା, ରାହୁଲ ଗଲୋରୀ, ପ୍ରଦୀପ ମହାରଣା, ସୁଧାଂଶୁ ଶେଖର ମହାନ୍ତି, ବାଦଲ ବିଶ୍ୱାଳ, ବିଟୁ ରାଓ, ବିଜୟ ଶାହା,ମାଣିକ ବାଚାର ଙ୍କ ସମେତ ସଙ୍ଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ