ନୂଆପଡା ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବିତରଣ ସମାରୋହ:ଜିଲ୍ଲାର ୮୪,୧୫୪ ଜଣ ଚାଷୀ ଉପକୃତ ହେବେ

Nov 19, 2025 - 20:30
 0  13
ନୂଆପଡା ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବିତରଣ ସମାରୋହ:ଜିଲ୍ଲାର ୮୪,୧୫୪ ଜଣ ଚାଷୀ ଉପକୃତ ହେବେ

ନୂଆପଡା ରେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବିତରଣ ସମାରୋହ ଅନୁଷ୍ଠିତ ହୋଇ ଯାଇଛି l ସ୍ଥାନୀୟ ଡି ପି ଆର୍ ସି , ସିଲଦା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ନୂଆପଡା ବିଧାୟକ ଜୟ ରାଜୁ ଭାଇ ଢୋଲକିଆ ଯୋଗଦାନ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁଜୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ସାଂସଦଙ୍କ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ, ନୂଆପଡା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲ୍ କର୍ ପ୍ରମୁଖ ଯୋଗଦାନ କରିଥିଲେ l ପ୍ରଦୀପ ପ୍ରଜ୍ବଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଆବାହକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ଅତିଥି ମାନଙ୍କୁ ସ୍ବାଗତ କରି ସମାରୋହର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଷାନ ସମ୍ମାନ ନିଧି ଯୋଜନାର ୨୧ ତମ କିସ୍ତି କୋଇମ୍ବାଟୁର ରୁ ପ୍ରଦାନ କରିଥିବାର କାର୍ଯ୍ୟକ୍ରମ ଆଭାସି ମାଧ୍ୟମରେ ଏଠାରେ ପ୍ରଦର୍ଶିତ ହୋଇଥିଲା l ଦେଶର ୯ କୋଟି ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୧୮ ହଜାର କୋଟି ଟଙ୍କା ଆଜି ଦିଆଗଲା l ସେହିପରି ରାଜ୍ୟ କୃଷି ଭବନରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏଥିରେ ଯୋଡ଼ି ହୋଇଥିଲେ l ରାଜ୍ୟର ୩୪ ଲକ୍ଷ ରୁ ଅଧିକ ଚାଷୀ ଆଜି ୭୦୦ କୋଟି ଟଙ୍କା ରୁ ଉର୍ଦ୍ଧ ସହାୟତା ପାଇବେ l ନୂଆପଡା ଜିଲ୍ଲାର ୮୪,୧୫୪ ଜଣ ଚାଷୀ ମଧ୍ଯ ଏହି ଯୋଜନାରେ ଉପକୃତ ହେବେ l ସୂଚନାଯୋଗ୍ୟ ଯେପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ହେଉଛି ଏକ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଯୋଜନା ଯାହା ୨୪.୦୨.୨୦୧୯ ରେ ଆରମ୍ଭ ହୋଇଥିଲା l ଏହାର ଉଦ୍ଦେଶ୍ୟ ହେଲା ଚାଷୀ ପରିବାରର ଆୟ ବୃଦ୍ଧି କରିବା। ଚାଷୀମାନଙ୍କୁ ଉପଯୁକ୍ତ ଫସଲ ସ୍ୱାସ୍ଥ୍ୟ ଏବଂ ଉପଯୁକ୍ତ ଅମଳ ସୁନିଶ୍ଚିତ କରିବା ପାଇଁ ସମ୍ବଳ ସଂଗ୍ରହ କରିବାକୁ ସଶକ୍ତ କରିବା। ଖର୍ଚ୍ଚ ପୂରଣ ପାଇଁ ଚାଷୀମାନଙ୍କୁ ସୁଧଖୋର୍ ମହାଜନଙ୍କ ଶିକାର ହେବାରୁ ରକ୍ଷା କରିବା।ଜମିର ପରିମାଣ ନିର୍ବିଶେଷରେ ସମସ୍ତ ଚାଷୀ ପରିବାର ଏହା ପାଇବେ l ଏକକ କିମ୍ବା ମିଳିତ ଭାବରେ ଚାଷୀ ଜମି ମାଲିକ ହେବା ଆବଶ୍ୟକ । ଆବଶ୍ୟକ ଜମି ବିବରଣୀ ସୂଚନା ଦେଇ ଜଣେ ଚାଷୀ ନିଜ ନାମ ପଞ୍ଜୀକରଣ କରି ପାରିବେ lଏହି ଯୋଜନାରେ ମୁଖ୍ୟମନ୍ତ୍ରୀ କିଷାନ ସହାୟତା ପାଉଥିବା ଚାଷୀ ମାନଙ୍କ ସହିତ ସମସ୍ତ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ୩ଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ମିଳୁଛି। ଯୋଗ୍ୟ ହିତାଧୀକାରୀ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ସିଧା ସଳଖ ଏହି ଟଙ୍କା ଯାଉଛି । ଆଜିର ଏହି ସମାରୋହରେ ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଏ ଡି ଓ ଖଡିଆଳ ସୋମନାଥ ମହାପାତ୍ର,ଏସ ଡି ଭି ଓ, ଡଃ କିଶୋର କୁମାର ପରିଡ଼ା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ କୃଷି ବିଭାଗର ସମସ୍ତ ଅଧିକାରୀ ଯୋଗଦାନ କରିଥିଲେ l ଜିଲ୍ଲାର ସମସ୍ତ ବ୍ଲକ୍ ର ଶତାଧିକ ମହିଳା ଓ ପୁରୁଷ ଚାଷୀ ଏହି ସମାରୋହରେ ସାମିଲ୍ ହୋଇଥିଲେ l ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ