ନୂଆପଡା ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ମେଘା ପ୍ଲାନଷ୍ଟେସନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Jul 24, 2026 - 18:53
 0  4
ନୂଆପଡା ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ମେଘା ପ୍ଲାନଷ୍ଟେସନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଜ୍ଞାପିତ ଅଂଚଳ ପରିଷଦ ନୂଆପଡା ପକ୍ଷରୁ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାରଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଚଳ ପରିଷଦର ଅଧ୍ୟକ୍ଷ ମହମଦ ଆଦମଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜେଲବନ୍ଦ ଠାରେ ମେଘା ପ୍ଲାନଷ୍ଟେସନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବନ୍ଧନ ବ୍ୟାଙ୍କ ଵି ଏମ ସଂଜୀବ ମିଶ୍ର ଯୋଗଦାନ କରି ଗଛ ଲଗାଇବା ସହ ସମସ୍ତେ ଗୋଟେ ଗୋଟେ ଗଛ ଲଗାଇ ସମାଜରେ ଏକ ସୁସ୍ଥ ପରିବେଶ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଲିଗାଲସେଲର ସମ୍ପାଦକ ନିବେଦିତା ଦାସ ଯୋଗଦାନ କରି ଏକ ପେଡ ମା କେ ନାମ ର ବାର୍ତା ଦେଇଥିଲେ l ଏହି ଅବସର ରେ ବନ୍ଧନ ବ୍ୟାଙ୍କର ସମସ୍ତ କର୍ମଚାରୀ, ଅଂଚଳ ପରିଷଦର ସ୍ଵଛ ସାଥି ସୁପରଭାଇଜର ଟିମ, 9ନଂ ୱାର୍ଡ ର କାଉନସିଲର, ଅଂଚଳ ପରିଷଦର ନିକାଶ ପଣ୍ଡା, ଶରତ ଜାନି, ମନୋଜ କୁମାର ରାଉତ, ଗିରୀଶ କୁମାର ଜାଲ ପ୍ରମୁଖ ଯୋଗଦାନ କରି ଗଛ ଲଗାଇ ପରିବେଶ ସୁରକ୍ଷା ଜୀବନ ରକ୍ଷାର ବାର୍ତା ଦେଇଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ