ନୂଆପଡ଼ା ଜିଲ୍ଲା ସୁସ୍ୱାଦୁ ଆମ୍ବ ସୁଦୂର ଜର୍ମାନୀ ରପ୍ତାନୀ ହେବ

ନୂଆପଡ଼ା ଜିଲ୍ଲାର ସୁସ୍ୱାଦୁ ଆମ୍ରପଲ୍ଲୀ ଆମ୍ବ ସୁଦୂର ଜର୍ମାନୀ ରପ୍ତାନୀ ହେବ l ଜିଲ୍ଳା ଉଦ୍ୟାନ କୃଷି ବିଭାଗ ଆନୁକୁଲ୍ୟରେ ବୋଡ଼େନ ବ୍ଲକ ଦୁର୍କlମୁଣ୍ଡା ଗାଁ ର ମା ଠାକୁରାଣୀ ଉତ୍ପାଦକ ଗୋଷ୍ଠୀ ଏହି ପଦକ୍ଷେପ ନେଇଛନ୍ତି l ପ୍ରଥମ ଥରରେ 11 କୁଇଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ବହନ କରୁଥିବା ଗାଡି କୁ ଜିଲ୍ଲାପାଳ ମଧୁସୂଦନ ଦାଶ ପତାକା ହଲାଇ ଶୁଭାରମ୍ଭ କରିଥିଲେ l ଏହା କଲିକତା ଦେଇ ଜର୍ମାନୀ ରପ୍ତାନୀ ହେବ l ଏହି ଅବସରରେ ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଂସଦା ଓ ବିଭାଗର ଅନ୍ୟ ଅଧିକାରୀ ମାନଙ୍କ ସହିତ କୃଷି ଉତ୍ପାଦନ ପୁଞ୍ଜକୁ ସହଯୋଗ ପ୍ରଦାନ କରୁଥିବା ସ୍ଵେଚ୍ଛାସେବୀ ସଂଗଠନ ଲୋକଦୃଷ୍ଟିର କର୍ମକର୍ତ୍ତା, ଉତ୍ପାଦକ ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ଥିଲେ l ସୂଚନାଯୋଗ୍ୟ ଯେ ଜିଲ୍ଲାପାଳ ଙ୍କ ପ୍ରେରଣା ରେ ଉଦବୁଦ୍ଧ ହୋଇ ଅନେକ ଉତ୍ପାଦକ ଗୋଷ୍ଠୀ ଜିଲ୍ଳା ରେ ଲାଭଜନକ ଅଣଧାନ ଫସଲ ଚାଷ କରି ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣି ପାରିଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?






