ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ହେପାଟାଇଟିସ ଦିବସ ୨୦୨୫ ପାଳିତ

Jul 28, 2025 - 20:01
 0  13
ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ହେପାଟାଇଟିସ ଦିବସ ୨୦୨୫ ପାଳିତ

ନୂଆପଡା : ପ୍ରତିବର୍ଷ ଜୁଲାଇ ୨୮ ତାରିଖକୁ " ବିଶ୍ୱ ହେପାଟାଇଟିସ ଦିବସ" ଭାବରେ ପାଳନ କରାଯାଇଥାଏ l ଯକୃତ ସଂକ୍ରମଣ ବିଷୟରେ ଜାଣିବା, ବୁଝିବା ତଥା ସଚେତନ ହେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ l ଏହି ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ାକ୍ତର ମଂଜୁରାଣୀ ସିଂହ ନୂଆପଡା ଜିଲ୍ଲାର ବିଭିନ୍ନ ନର୍ସିଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ସବୁଜ ପତାକା ଦେଖାଇ ଏକ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ l ଏହି ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ବାହାରି ଏକତା ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ, ଷ୍ଟେଟ ବ୍ୟାଙ୍କ ଛକ, ଶିଶୁ ପ୍ରମୋଦ ଉଦ୍ୟାନ ଛକ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ପହଞ୍ଚିଥିଲା l ଏହି ଶୋଭାଯାତ୍ରା ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲଙ୍କର ନେତୃତ୍ୱରେ ହୋଇଥିଲା l ଏହି ଅବସରରେ ଆଜି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ହେପାଟାଇଟିସ ଉପରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା l ଏହି କର୍ମଶାଳାରେ ନୂଆପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ମଂଜୁରାଣୀ ସିଂହ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ତନ୍ମୟ ତ୍ରିପାଠୀ, ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଜଗତବଂଧୁ ମହାପାତ୍ର, ଅଣୁଜୀବ ବିଜ୍ଞାନୀ ସୁଚରିତା ସାହୁ ଓ ସଂଗୀତ ସାଗର ସାହୁ, ଜିଲ୍ଲା ତଥ୍ୟ ପରିଚାଳକ ପ୍ରତାପ କୁମାର ବେହେରା ଏବଂ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର କର୍ମକର୍ତ୍ତା, ବିଦ୍ୟାଳୟ ଓ ନର୍ସିଂ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ଚିକିତ୍ସାଳୟର ବିଭିନ୍ନ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ l ବିଶ୍ୱ ହେପାଟାଇଟିସ ଦିବସ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ହେପାଟାଇଟିସ 'ବି' ଓ 'ସି' ର ରକ୍ତ ନମୁନା ପରୀକ୍ଷା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ