ନୂଆପଡ଼ାରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

Dec 16, 2025 - 19:48
 0  3
ନୂଆପଡ଼ାରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଛି । ବୈଠକରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସମଗ୍ର ଜିଲ୍ଲାରେ ପଂଚାୟତ ସ୍ତରରୁ ଜିଲ୍ଲା ସଦର ମହକୁମା ପର୍ୟନ୍ତ ବ୍ୟାପକ ଭାବରେ ସଚେନନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ନିଷ୍ପତ୍ତି ଗୃହୀତ ହେଲା I ସବୁ ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ଶିଶୁ ଶ୍ରମିକ ନିରାକରଣ ଉପରେ ସଚେନନତା ଶିବିରର ଆୟୋଜିତ ହେବ। ଉକ୍ତ ସଚେତନତା ନିମନ୍ତେ ଜିଲ୍ଲାପାଳ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସମସ୍ତ ପ୍ରକାରର ପଦକ୍ଷେପ ଯଥା ଶୀଘ୍ର ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ୨୪.୧୨. ଦିନ ନୂଆପଡ଼ା ସଦରମହକୁମା ଠାରେ ଏଥିପାଇଁ ଏକ ରାହାଗିରି ଆୟୋଜନ କରିଯିବ l ଏହା ମାଧ୍ୟମରେ ବ୍ୟାପକ ଭାବରେ ଜନ ସଚେତନତା ସୃଷ୍ଟି କରାଯିବ । ରାହାଗିରି କାର୍ଯ୍ୟକ୍ରମରେ ଶିଶୁଶ୍ରମିକ ନିରାକରଣ ଉପରେ ନୃତ୍ୟ, ସଙ୍ଗୀତ, କଳା ଓ ଯୋଗ ଆୟୋଜିତ ହେବ l ଜିଲ୍ଲାର ସମସ୍ତ ଜନ ସାଧାରଣଙ୍କୁ ଉକ୍ତ ଉତ୍ସବରେ ଭାଗ ନେବା ନିମନ୍ତେ ଜିଲ୍ଲାପାଳ ଅନୁରୋଧ କରିଛନ୍ତି | ଉକ୍ତ ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ, ସହ ନିର୍ଦେଶକ ଶ୍ରମ ବିଭାଗ, ଜିଲ୍ଲା କ୍ରିଡା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ I ଉକ୍ତ ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିଁନ୍ ସାହୁ, ସହ ନିର୍ଦେଶକ ଶ୍ରମ ବିଭାଗ ରବୀନ୍ଦ୍ର ଵାର୍ଲ୍ଲା, ଜିଲ୍ଲା କ୍ରିଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ୍ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମହରା, ଡି ସି ପି ଓ ଚିନ୍ମୟ ସାଗର, ଜିଲ୍ଲା ନିୟୋଜନ ଅଧିକାରୀ ବିନୋଦ ଲାକ୍ରା ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ