।। ନୀତି ଆୟୋଗ ତରଫରୁ କୋରାପୁଟ ଜିଲ୍ଲା ସଦରମହକୁମା ଠାରେ ସଂପୂର୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Jul 5, 2024 - 21:28
 0  14
।। ନୀତି ଆୟୋଗ ତରଫରୁ କୋରାପୁଟ ଜିଲ୍ଲା ସଦରମହକୁମା ଠାରେ ସଂପୂର୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

କୋରାପୁଟ ତା.୫/୭/୨୦୨୪- (ଫାଷ୍ଟ ନ୍ୟୁଜ ଓଡ଼ିଶା)କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ତରଫରୁ କୋରାପୁଟ ସଦରମହକୁମା ଠାରେ ଆଜି ସଂପୂର୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳ ୮ ଘଟିକା ସମୟରେ ଢିଲପାଳଙ୍କ କାର୍ଯ୍ୟାଳୟ ଚର୍ତୁପାଶ୍ବରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର/ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ଆଶାକର୍ମୀ ମାନଙ୍କ ଦ୍ବାରା ଏକ ବିରାଟ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଯାଇଛି । ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାକୁ ଜିଲାପାଳ ଓ. କିଉଁ ୱାସନ (ଭା.ପ୍ର.ସେ) ପତ୍ତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଢେମଶା ନୃତ୍ୟର ତାଳେ ତାଳେ ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନେ ହାତରେ ବିଭିନ୍ନ ପ୍ରକାରର ପ୍ରାଗ କାର୍ଡ ଧରି ବାହାରି ଥିବା ବେଳେ ବିଭିନ୍ନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇ ସ୍ଥାନୀୟ କୋରାପୁଟ ସାଂସ୍କୃତିକ ପରିଷଦ ଠାରେ ପହଞ୍ଚିଥିଲେ । ସେଠାରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥ ଭାବରେ ମାନ୍ୟବର ବିଧାୟକ କୋରାପୁଟ ଶ୍ରୀଯୁକ୍ତ ରଘୁରାମ ମାଛ, ସମ୍ମାନୀତ ଅତିଥି ଭାବରେ ମାନ୍ୟବର ବିଧାୟକ କୋଟପାତ ଶ୍ରୀଯୁକ୍ତ ରୁପୁ ଭତ୍ତା, ମାନ୍ୟବର ବିଧାୟକ ଲକ୍ଷ୍ମୀପୁର ଶ୍ରୀଯୁକ୍ତ ପବିତ୍ର ସାଉନ୍ତା ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି କାର୍ଯ୍ୟକାରି ହୋଇପାରିବ ଉପସ୍ଥିତ ସମସ୍ତ ଅଧିକାରୀ ଓ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏହି ଯୋଜନାରେ ପ୍ରଥମ ତିନି ମାସରେ ଶତ ପ୍ରତିଶତ ପାକ୍ ପ୍ରସବଯତ୍ନ ପଞ୍ଜିକରଣ, ଶତ ପ୍ରତିଶତ ସମନ୍ବିତ ଶିଶୁ ବିକାଶ ସେବା କାର୍ଯ୍ୟକମ ଅଧିନରେ ନିୟମିତ ଭାବେ ନେଉଥିବା ଗର୍ଭବତୀ ମାନଙ୍କ ପରୀପୁରକ ପୋଷଣ, ଶତପ୍ରତିଶତ ମୃଷିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ, ଶତ ପ୍ରତିଶତ ପିଲାଙ୍କ ଟିକାକରଣ (୯ ରୁ ୧୧ ମାସ), ଶତପ୍ରତିଶତ ମାଧ୍ୟମିକ ସ୍ତରରେ ବିଦ୍ୟାଳୟ ଗୁଡିକର ବୁଦ୍ୟୁତିକରଣ, ଶିକ୍ଷାବର୍ଷ ଆରମ୍ଭ ହେବାର ଏକ ମାସ ମଧ୍ୟରେ ଶତ ପ୍ରତିଶତ ବିଦ୍ୟାଳୟର ପିଲା ମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ ଭଳି ଛଅ ଗୋଟି ବିଷୟକୁ ନେଇ କାର୍ଯ୍ୟକାରୀ କରିବା ଏହି ସଂପୂର୍ଣତା ଅଭିଯାନ ମୂଳଲକ୍ଷ ବୋଲି ଅତିଥି ମାନେ କହିଥିଲେ ନୀତି ଆୟୋଗର ପର୍ଯ୍ୟବେକ୍ଷକ ଅମ୍ବିକା ଶୁକ୍ଳା ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ନିମନ୍ତେ ଦିଲ୍ଲୀ ରୁ ଆସିଥିବା ବେଳେ କୋରାପୁଟ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦେଶକ ସୂର୍ଯ୍ୟକାନ୍ତ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲା ସଂସ୍କୃତି ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୋରାପୁଟ ସାଂସ୍କୃତିକ ପରିଷଦ ତରଫରୁ ଉପରୋକ୍ତ ଯୋଜନା ଗୁଡିକ ଉପରେ ଏକ ନାଟକ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅଧିକାରୀ ହିମାଂଶୁ ଶତପଥୀ, ଅଧ୍ୟାପକ ରବି ଶତପଥୀ ପରିଚାଳନାର ସହାୟତା କରିଥିଲେ ।

ବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ