ନିସ୍ଵାର୍ଥ ସେବା ସଂଗଠନ ପକ୍ଷରୁ ସେବା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

Dec 29, 2025 - 20:44
 0  1
ନିସ୍ଵାର୍ଥ ସେବା ସଂଗଠନ ପକ୍ଷରୁ ସେବା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବାରିପଦା ତା 29/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ବର୍ଷ ଶେଷ ହବାକୁ ଯାଉଥିବା ବେଳେ ଲୋକେ ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ ବଣଭୋଜିରେ ବ୍ୟସ୍ତ ରହୁଥିବା ବେଳେ ବାରିପଦାର ନିସ୍ଵାର୍ଥ ସେବା ସଂଗଠନ ପକ୍ଷରୁ ମଞ୍ଚବନ୍ଧା ଗଣେଶ ମନ୍ଦିର ପରିସରରେ ପ୍ରାୟ ୩୦ ଜଣ କିନ୍ନରଙ୍କୁ ଶାଢୀ, ଚୁଡ଼ି, ଅଳତା ଏବଂ ଟିଫିନ ପ୍ରଦାନ କରି ସମ୍ମାନିତ କରିବା ସହିତ ମନ୍ଦିର ପରିସରରେ ବୃକ୍ଷରୋପଣ କରିଥିଲେ. ପରେ ପରେ ସଂଗଠନର କର୍ମୀମାନେ ସ୍ଥାନୀୟ ଗୋଶାଳା ଯାଇ ଗୋ ମାତାଙ୍କୁ ଖାଦ୍ୟ ପ୍ରଦାନ କରିବା ସହ ସେବା କରିଥିଲେ. ଏହିସେବା କାର୍ଯ୍ୟକ୍ରମରେ ଅତିଥି ଭାବେ ଭିଜିଲାନ୍ସ ଡିଏସପି ବିକାଶ ସ୍ୱାଇଁ, ପୂର୍ବତନ ଉପ ନଗରପାଳ ଜୀତେନ୍ଦ୍ର ମହାନ୍ତି, ଯୁବ ନେତା ଆଭାସ ଦେ ପ୍ରମୁଖ ଯୋଗଦେଇ ସେବାହିଁ ମଣିଷର ପ୍ରକୃତ ଧର୍ମ ବୋଲି କହିଥିଲେ. ସଦସ୍ୟ ସୁମିତ ପ୍ରିୟଦର୍ଶୀ, ପି.ଚନ୍ଦ୍ରଭାନୁ, ମଧୁସ୍ମିତା କର, ଆରବ ପଣ୍ଡା, ହରିପଦ ବେହେରା, ସଙ୍କେତ ଦାସ ଅଧିକାରୀ, ସୌମ୍ୟଜିତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ. ସଙ୍ଗଠନ ତରଫରୁ ଆଗାମୀ ଦିନରେ ଅସହାୟ ରୋଗୀଙ୍କୁ ରିହାତି ମୂଲ୍ୟରେ ମେଡ଼ିସିନ ପ୍ରଦାନ ସହ ଚିକିତ୍ସାରେ ସହଯୋଗ କରିବା, ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶବ ସତ୍କାର ନିମନ୍ତେ ସଂକୀର୍ତ୍ତନ ଆୟୋଜନ କରିବା, ରାସ୍ତା ଘାଟରେ ବୁଲୁଥିବା ପଶୁ ପକ୍ଷୀ ମାନଙ୍କ ପାଇଁ ବିବିଧ ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ