।। ନିର୍ଯାତନା ସହି ନ ପାରି ଉଦ୍ଧାର ପାଇଁ ଦାଦନ ଶ୍ରମିକ ଙ୍କ ଆକୁଳ ନିବେଦନ ।।

Mar 19, 2024 - 18:06
 0  6
।। ନିର୍ଯାତନା ସହି ନ ପାରି ଉଦ୍ଧାର ପାଇଁ ଦାଦନ ଶ୍ରମିକ ଙ୍କ ଆକୁଳ ନିବେଦନ ।।

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ତଥା କଣ୍ଟାବାଞ୍ଜି ଥାନା ଖଗସା ପଞ୍ଚାୟତ ର ଶ୍ରମିକ ମାନେ ଗତ ଦାଦନ ଋତୁ ଦଶହରା ସମୟରେ ଟଙ୍କା ବଇନା ନେଇକି ଦାଦନ ଭାବରେ ହାଇଦ୍ରାବାଦ ରାଜ୍ୟ କୁ ଇଟା ତିଆରି କରିବାକୁ ଯାଇଛନ୍ତି l ହାଇଦ୍ରାବାଦ ରାଜ୍ୟ ମେଡାକ ଜିଲ୍ଲା ଟେକମାଲ ଥାନା ଏଲାମପାଳି ପଞ୍ଚାୟତ ଅଞ୍ଚଳ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଇଟାଭାଟି ମାଲିକ ଶ୍ରମିକ ମାନଙ୍କୁ ରାତି ଦିନ ଖଟାଇ କାମ କରିବାକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଅଛି ।ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଶ୍ରମିକ ମାନେ ଗାଁ ଲୋକଙ୍କୁ ଭିଡିଓ ପଠାଇ କରି ଉଦ୍ଧାର କରିବାକୁ ନିବେଦନ କରିଥିବା ଏକ ଭିଡିଓ ଭାଇରଲ ହୋଇଛି lତେବେ ପ୍ରଶାସନ ତରଫରୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଅନୁରୋଧ କରାଯାଇଛି l ଦିନ କୁ ଦିନ ଏହି ଭଳି ଘଟଣା ସାମ୍ନା କୁ ଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାର ନିଦାବିଷ୍ଣୁ ପାଲଟିଛନ୍ତି ।

କଣ୍ଟାବାଞ୍ଜି ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ