।। ନାରୀମାନେ ପାଳନ କରିଛନ୍ତି ଅମାବାସ୍ୟା ଓ ସାବିତ୍ରୀ ବ୍ରତ ।।

Jun 8, 2024 - 18:31
 0  10
।। ନାରୀମାନେ ପାଳନ କରିଛନ୍ତି ଅମାବାସ୍ୟା ଓ ସାବିତ୍ରୀ ବ୍ରତ ।।

ନାରୀମାନଙ୍କ ଆଦର୍ଶ ହେଉଛନ୍ତି ସତୀ ସାବିତ୍ରୀ।ପୁରାଣ ଯୁଗରେ ତେଜସ୍ଵିନୀ କନ୍ୟା ସାବିତ୍ରୀଙ୍କ ବ୍ୟକ୍ତିତ୍ଵ,ସତୀତ୍ୱ ଆଉ ଭକ୍ତିର ତେଜ ଆଗରେ ସ୍ଵଂୟ ମୃତ୍ୟୁ ଦେବତା ଦିନେ ହାର ମାନିଥିଲେ।ଫଳରେ ମହାସତୀ ସାବିତ୍ରୀ ନିଜ ଅଳ୍ପାୟୁ ସ୍ବାମୀଙ୍କୁ ମୃତ୍ୟୁ ଲୋକରୁ ଫେରାଇ ଆଣିପାରିଥିଲେ।ଏଥିପାଇଁ କେଉଁ ଅନାଦି କାଳରୁ ସଧବା ମହିଳାମାନେ ନିଜ ନିଜର ପତିଙ୍କ ଦୀର୍ଘାୟୁ,ସୁସ୍ଥ ଓ ନିରାମୟ ଜୀବନ ନିମନ୍ତେ ମଙ୍ଗଳ ମନାସି ସାବିତ୍ରୀ ବ୍ରତ ପାଳନ କରି ଆସୁଛନ୍ତି।ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିର ସଧବା ନାରୀମାନେ ଉପବାସ ରହି ଏହି ବ୍ରତ ପାଳନ କରିବା ସହ ମାତା ସାବିତ୍ରୀ,ସତ୍ୟବାନ ଓ ଜମଦେବଙ୍କୁ ଆରାଧନା କରିଥାଆନ୍ତି।ସତୀ ସାବିତ୍ରୀଙ୍କ ଭଳି ମୃତ୍ୟୁ ପର୍ଯ୍ୟନ୍ତ ସଧବା ରହିବା ପାଇଁ ପାର୍ଥନା କରିଥାନ୍ତି।ଆଜି ମୁନିଗୁଡ଼ାର ପ୍ରତ୍ୟେକ ମନ୍ଦିର,ଭାଗବତ ଘର,ତୁଳସୀ ଚଉରା ମୂଳେ,ସାହିବସ୍ତିର କୋଠଘରେ ମହିଳାମାନେ ସମବେତ ହୋଇ ସାବିତ୍ରୀ ମାତାଙ୍କ ଅମର ଗାଥାକୁ ପଠନ,ଶ୍ରାବଣ ପୂର୍ବକ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା।ସାବିତ୍ରୀ ବ୍ରତ ପାଳନକୁ ନେଇ ମୁନିଗୁଡ଼ା ଗୌଡ଼ ସାହିର ସୁଗୃହିଣୀ ସଂଯୁକ୍ତା ଦାସ ସତୀ ସାବିତ୍ରୀଙ୍କ ମହିମା ବର୍ଣ୍ଣନା କରିବାକୁ ଯାଇ କହିଥିଲେ ମାତା ସାବିତ୍ରୀ ହେଉଛନ୍ତି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପତ୍ନୀ,ସେ ହିଁ ଗାୟତ୍ରୀ,ସେ ହେଉଛନ୍ତି ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ।ସତ୍ୟବାନଙ୍କୁ ନିଜ ସତୀତ୍ୱ ଓ ବୁଦ୍ଧି ବଳରେ ଜମଲୋକରୁ ଫେରାଇ ଆଣିବା, ସତୀତ୍ୱର ପରାକାଷ୍ଠା,ବିପତ୍ତି କାଳରେ ସ୍ତ୍ରୀର କର୍ତ୍ତବ୍ୟକୁ ଉଜାଗର ପାଇଁ ସେ ମାନବୀ ରୂପରେ ଏ ଧରାରେ ଜନ୍ମ ନେଇ ନାରିକୁଳକୁ ମହିମାନ୍ୱିତ କରିଛନ୍ତି ବୋଲି ସେ ପ୍ରତିକ୍ରିୟା ରଖିଥିଲେ। ସେହି ବୋଲି ମୁନିଗୁଡା ଇନ୍ଦିରାପଡା ସାହିରେ ମଧ୍ୟ ପାଢି ଙ୍କ ଘରେ ସତୀ ସାବିତ୍ରୀ ବ୍ରତରେ ବିନୋଦିନୀ ସାହୁକାର, ମହାଲକ୍ଷ୍ମୀ ପାଢ଼ୀ, ଗୀତାଞ୍ଜଳି ବେହେରା, ଭାଗ୍ୟଲକ୍ଷ୍ମୀ ପାଢୀ,ବିଜୟ ଲକ୍ଷ୍ମୀ ,ଵଵିତା ଶତପଥୀ, ହେମଲତା ସାହୁ, ମଞ୍ଜୁଳା ସାହୁ,ଟୀକି ଗୈଡ, ସୁମିତ୍ରା ପିଡିକାକା, ଇନ୍ଦୁ ମତି ସାହୁ, ମମତା ସାହୁ, ଭାରତୀ ସାହୁ, ସୁନୀତା ସାହୁ, କୁମୁଦିନୀ ବେହେରା ଙ୍କ ସହ ଉର୍ଦ୍ଧ୍ବ ମହିଳା ମାନେ ଉପସ୍ଥିତ ହୋଇ ପୁରୋହିତ ଙ୍କୁ ନେଇ କଦଳୀ ,କମାଳ, ଅଙ୍ଗୁର,ଏପୁଲୁ ପଣସ, ଖଜୁରୀ,ତାଲ କୁସୁମ କୋଳି,ଆଙ୍କୁଲ କୋଳି ବିଭିନ୍ନ ପ୍ରକାର ଫଳ ମୂଳ ଓ ଛୁଡି ମାଳି ଆଇନା ଓ ଶାଢ଼ି ,ପୁଜା ଅର୍ଚ୍ଚନା କରିଥଲେ ହୁକୁମତୋଲା ଗାଁର ଗୃହିଣୀ ନିରୁ କୁଶୁଲିଆ କହିଥିଲେ ଚଳିତ ବର୍ଷ ସାବିତ୍ରୀ ପୂଜା ସମୟରେ ମୁନିଗୁଡ଼ା ବଜାରରେ ଫଳର ଦର ବହୁତ୍ ଅଧିକା ଥିଲା।ଏସବୁ କିଣିବା ମଧ୍ୟବିତ୍ତ ଓ ଗରିବ ଗୃହିଣୀ ମାନଙ୍କ ପାଇଁ କଷ୍ଟକର ଥିଲା ଭଳି କହିଛନ୍ତି ।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ