।। ନର୍ଲା ପ୍ରେସ୍ ଆସୋ ସିଏସନ( ଓ ଜେ ୟୁ ) ଶାଖା ପକ୍ଷ ରୁ ନର୍ଲା ପ୍ରେସ କାର୍ଯ୍ୟାଳୟରେଗୁରୁତ୍ୱ ପୂର୍ଣ୍ଣ ବୈଠକ ।।
ଏହି ବୈଠକ ରେ ଅର୍ଗସ ସାଂବାଦିକାଙ୍କୁ କୁକୁର ଦ୍ୱାରା ଆକ୍ରମଣ ଓ ମାଡ ମାରିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖା ଯାଇଥିଲା ଓ ଏପରି କାର୍ଯ୍ୟ କୁ ତୀବ୍ର ନିନ୍ଦା କରି ଥିଲେ ସଂଘ ର ସଭାପତି ଦୀପକ କୁମାର ସାହୁ ।ଏହି ଘଟଣା ର ସଠିକ ଅନୁସନ୍ଧାନ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ଦିଆଯାଇଛି । ଖୁବ ଶୀଘ୍ର ନର୍ଲା ପ୍ରେସ ଆସୋସିଏସନ ଏ ନେଇ ସିଧାସଳଖ ମୁଖ୍ୟ ମନ୍ତ୍ରୀ ଙ୍କୁ ଭେଟିବେ ବୋଲି ଆଜି ବୈଠକ ରେ ନିଷ୍ପତି ନେଇଛନ୍ତି । ଏହା ସହିତ ନର୍ଲା ଅଞ୍ଚଳ ରେ ଅନେକ ଜନହିତକର କାର୍ଯ୍ୟ କିପରି ତ୍ୱରାନ୍ୱିତ ହେବ ସେଥି ପାଇଁ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା । କୋଭିଡ ପର ଠୁ ବାରମ୍ବାର ଦାବି ପତ୍ର ଦିଆ ଯାଉଥିଲେ ମଧ୍ୟ ନର୍ଲା ରେଳ ଷ୍ଟେସନ ରେ ଅନେକ ଯାତ୍ରୀବାହୀ ଗାଡି ର ଷ୍ଟପେଜ ହୋଇପାରୁନାହିଁ । ନର୍ଲାରୋଡ ରେ ପ୍ରସ୍ତାବିତ ଲୋକୋମୋଟିଭ କାରଖାନା ମଧ୍ୟ ଠପ ହେଇ ରହିଛି । ପିଡବ୍ଲୁଡ଼ି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ମଧ୍ୟ ଶୀତଳ ଭଣ୍ଡାର ରେ ପଡି ରହିଛି । ନୂତନ ସରକାରଙ୍କୁ ନର୍ଲା ପ୍ରେସ ଆସୋସିଏସନ ତରଫ ରୁ ଏହି ସବୁ ଲୋକାଭିମୁଖୀ କାର୍ଯ୍ୟ କୁ ଯଥାଶୀଘ୍ର ସମାପନ ପାଇଁ ଅନୁରୋଧ କରାଯାଇଥିଲା । ନର୍ଲା ନିର୍ବାଚନମଣ୍ଡଳୀ ରେ 5T ରେ ବ୍ୟାପକ ଦୁର୍ନୀତି ହେଇଥିବା ସାଧାରଣ ରେ ଚର୍ଚ୍ଚା ହଉଚି ସେଥିପାଇଁ ଏକ ଉଚସ୍ତରିୟ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯିବ ବୋଲି ଆଜି ସର୍ବସମ୍ମତି କ୍ରମେ ଜିଲ୍ଲାପାଳ ମହୋଦୟ ଙ୍କୁ ମଧ୍ୟ ଏକ ଦାବି ପତ୍ର ଦିଆହୋଇଛି ।
କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ରିପୋର୍ଟ FIRST NEWS ODISHA.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0